oppo_0 Uncategorisedଜିଲ୍ଲା ଖବର ଧାନମଣ୍ଡି ରୁ ଧାନ ନ ଉଠିବା ସମସ୍ୟ ନେଇ ବିଜେଡି ର ସାମ୍ବାଦିକ ସମ୍ମିଳନୀ By Hemant Kumar Ray December 24, 2025December 24, 2025 0 minutes, 0 seconds Read 91 ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ହୋଟେଲ ଭାଗିରଥି ଇନ ଠାରେ ଚାଷୀଙ୍କ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାରେ ମାତ୍ର ୩୦ରୁ୩୫ ପ୍ରତିଶତ ମଣ୍ଡି ର ଧାନ ଉଠାଯାଉଛି। ଚାଷୀ ପଞ୍ଜିକରଣ ଓ ଧାନ କ୍ରିୟ, ଠୋକନ୍ ପ୍ରକ୍ରିୟାରେ ବିଳମ୍ବ କାରଣ ରୁ ଜିଲ୍ଲାର ପ୍ରାୟ ୭୦-୮୦ ପ୍ରତିଶତ ଚାଷୀଙ୍କ ଧାନ ମଣ୍ଡିକୁ ପ୍ରବେଶ କରିପାରୁ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ଦିସାରି ପ୍ରକାଶ କରିଛନ୍ତି। ଏ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଲଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଅପାରଗତା ଓ ଜିଲ୍ଲା ପ୍ରଶାସନ ର ଚାଷୀଙ୍କ ପ୍ରତି ଆନ୍ତରିକତା ଅଭାବ ଫଳ ବୋଗୁଛନ୍ତି ଜିଲ୍ଲାର ଲକ୍ଷେ ଲକ୍ଷେ ଚାଷୀ। ମିଲର୍ସ ମାନେ ଜାଣି ଶୁଣି ବିଳମ୍ବରେ ଧାନ ଉଠାଉଛନ୍ତି। ଜିଲ୍ଲା ପ୍ରଶାସନର ଢିଲା ବ୍ୟବସ୍ଥା ଯୋଗୁଁ ଧାନ ମଣ୍ଡି ମାନଙ୍କରେ ଚାଷୀଙ୍କ ଧାନ ଉଠାଇବା ଦାୟିତ୍ଵ ରେ ଥିବା ମିଳର୍ସ ଙ୍କ ମନ ମାନି ଦେଖିବା କୁ ମିଳିଛି। ପାକ୍ସ ଓ ଆରଏମସି ପ୍ରତିନିଧିଙ୍କ ହିନ ମାନସିକତା ଯୋଗୁଁ ଚାଷୀଙ୍କ ପ୍ରତ୍ୟେକ ଧାନ ବସ୍ତାରେ ୫ କେ.ଗ୍ରାମ ରୁ ୯ କେ.ଗ୍ରାମ ପର୍ଯ୍ୟନ୍ତ କଟଣୀ ର ଶିକାର ହେବାକୁ ପଡୁଛି ବୋଲି ବିଜେଡି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀକୁ ବଦ୍ରିନାରାୟଣ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଜିଲ୍ଲା ସଭାପତି ପ୍ରଦୀପ ଦିଶାରି, ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାୟକ, ପୂର୍ବତନ ପୌରଧକ୍ଷା ସଂଯୁକ୍ତା ବେହେରା, ପ୍ରଦୀପ ମୁଣ୍ଡ, ପ୍ରଶାନ୍ତ ନାୟକ, ମଣ୍ଟୁ ନାୟକ, ମହେନ୍ଦ୍ର ମହାନ୍ତି, ସାମନ୍ତ ଖମାରୀ, ପୀତବାସ ବେହେରା, ଧର୍ମେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ UncategorisedJune 20, 2026ଭବାନୀପାଟଣାରେ ଶୀତଳ ଷଷ୍ଠୀ ଆଡ଼ମ୍ବର ସହକାରେ ପାଳିତ
Uncategorised କଳାହାଣ୍ଡି ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଶୁଦ୍ଧିକ୍ରିୟା ପାଇଁ ସହାୟତା By Hemant Kumar Ray May 8, 2023May 8, 2023