ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ଓ ସାଧାରଣ ସଭା ରିଷିଗାଁ ଡଙ୍ଗରି ପଡ଼ା ସ୍ଥିତ ଏସ କେ ହିଲ୍ ଭ୍ୟୁ ଠାରେ ଅନୁଷ୍ଠିତ ହୋଯାଇଛି। ସଂଘର ସଭାପତି ବିଜୟ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସମ୍ପାଦକ ରାଜକିଶୋର ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସଭାପତି ପ୍ରଫେସର ଟହଲୁ ସାହୁ ମୁଖ୍ୟ ବକ୍ତା ଓ ଧର୍ମଗଡ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
କଳାହାଣ୍ଡି ବରିଷ୍ଠ ନାଗରିକ ସଂଘର ଯୁଗ୍ମ ସମ୍ପାଦକ ସବିତା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଘର ସାଧାରଣ ସମ୍ପାଦକ ଗିରିଜା ଶଙ୍କର ବାବୁ ସ୍ବାଗତ ଭାଷଣ ସହ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ। ବରିଷ୍ଠ ନାଗରିକ ମାନଙ୍କୁ ଜିଲ୍ଲା ଏସପି ଙ୍କ ଦ୍ଵାରା ପରିଚୟ ପତ୍ର ପ୍ରଦାନ ଓ ଜିଲ୍ଲାରେ ବରିଷ୍ଠ ନାଗରିକ ସିକ୍ୟୁରିଟି ସେଲ୍ ଗଠନ ନିମନ୍ତେ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ସେହିପରି କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ ନିମନ୍ତେ ସରକାରୀ ଜମି ଲିଜ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଏହି ଉପଲକ୍ଷେ ଉଭୟ ପୁରୁଷ ଓ ମହିଳା ବର୍ଗରେ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତା ଗୁଡ଼ିକର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ୧୧ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସଦସ୍ୟ ସୁମନ କୁମାର ରଥ ମଞ୍ଚ ପରିଚାଳନା କରିଥିଲେ ଓ ଉପ ସଭାପତି ମଳୟ କୁମାର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

