ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର କଳା, ସଂସ୍କୃତି, ସାହିତ୍ୟ, ଲୁକାୟିତ ପ୍ରତିଭା, ଭାଇଚାରା ସମ୍ପର୍କର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପ୍ରତି ବର୍ଷ ଭଳି ଆଗାମୀ ଜାନୁଆରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଭବାନୀ ପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଏବଂ ୧୫ ରୁ ୧୭ ଜାନୁଆରୀ ଧର୍ମଗଡ଼ ଉତ୍ସବ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହେବ।
ଏହି ଅବସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଉଦଘାଟନୀ ଉତ୍ସବ ଭବାନୀପାଟଣା ବ୍ଲକର କାମଠଣା ଗ୍ରାମ ପଞ୍ଚାୟତ ତରଫରୁ, ସ୍ଥାନୀୟ ଦୂର୍ଗାମଣ୍ଡପ ଠାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ମାଳବିକା ଦେବୀ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ବିଡିଓ ଚନ୍ଦନ କୁମାର ଭୋଇ, ସ୍ଥାନୀୟ ସରପଞ୍ଚ ଲୋକନାଥ ଦୂର୍ଗା, ପ୍ରମୁଖ ଘୁମୁରା ଲୋଗ ଓ ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ ।କାମଠନା ସରପଞ୍ଚ ଲୋକନାଥ ଦୁର୍ଗା ସ୍ୱାଗତ ଅଭିଭାଷଣ ଦେଇଥିଲେ ବେଳେ ବିଡିଓ ଚନ୍ଦନ ଭୋଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ କରିଥିଲେ। ସବୁ କାର୍ଯ୍ୟକ୍ରମ କୁ ଜଗନ୍ନାଥ ତ୍ରିପାଠୀ ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

