Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଲୋକମାନେ ଉନ୍ନତ ମାନର ସେବା ପାଇବେ । ପୋଲିସ ଅଧିକାରୀ, କର୍ମଚାରୀ ଥାନାକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ଦେବା ସହିତ ସେବା ମନୋଭାବ ନେଇ ନିଜର କାର୍ଯ୍ୟ ତୁଲାଇବାରେ ଅଧିକ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।ଅନୁଷ୍ଠିତ ଆଭାଷୀ ମାଧ୍ୟମରେ ଯୋଡି ହୋଇଥିବା ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜୀତ କୁମାର,ଜିଲ୍ଲାପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବକୋଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଡି.ଏଫ.ଓ. (ଉତ୍ତର) ଅନୁରାଗ ମିଶ୍ର, ଡି.ଏଫ.ଓ. (ଦକ୍ଷିଣ) କଳାଇବାନନ ଆର, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଉପ ଆରଖି ଅଧିକ୍ଷକ ଆଜଙ୍ଗକିୟା ବାବୁରାଓ ମାନେ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ବି.ଜେ.ପି. ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ ଯୋଗଦେଇ ଭବାନୀପାଟଣା ଠାରେ ବହୁଦିନର ପ୍ରତୀକ୍ଷା ପରେ ଅତ୍ୟାଧୁନିକ ଭୀତ୍ତିଭୂମିରେ ଉନ୍ନତ ମାନରେ ଲୋକଙ୍କ ସେବାରେ ନୂତନ ଥାନା ଗୃହର ଉଦଘାଟନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
