ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟନା ଟାଉନ୍ ଥାନା ର ନବନିର୍ମିତ ଥାନା ଗୃହ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ ହୋଇଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ଵର ଠାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ନବନିର୍ମିତ ଥାନା ଗୃହ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ ଆଭାଷୀ ମାଧ୍ୟମରେ ରାଜଧାନୀ ର ନୟାପଲ୍ଲୀ ଥାନା ସହିତ ରାଜ୍ୟର ଆଠ ଟି ଜିଲ୍ଲାରେ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ନବନିର୍ମିତ ହୋଇଥିବା ୧୪ ଗୋଟି ନୂତନ ଥାନା ଗୃହର ଶୁଭ ଉଦଘାଟନ କରିଥିଲେ।
ଲୋକମାନେ ଉନ୍ନତ ମାନର ସେବା ପାଇବେ । ପୋଲିସ ଅଧିକାରୀ, କର୍ମଚାରୀ ଥାନାକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ଦେବା ସହିତ ସେବା ମନୋଭାବ ନେଇ ନିଜର କାର୍ଯ୍ୟ ତୁଲାଇବାରେ ଅଧିକ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।ଅନୁଷ୍ଠିତ ଆଭାଷୀ ମାଧ୍ୟମରେ ଯୋଡି ହୋଇଥିବା ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜୀତ କୁମାର,ଜିଲ୍ଲାପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବକୋଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଡି.ଏଫ.ଓ. (ଉତ୍ତର) ଅନୁରାଗ ମିଶ୍ର, ଡି.ଏଫ.ଓ. (ଦକ୍ଷିଣ) କଳାଇବାନନ ଆର, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଉପ ଆରଖି ଅଧିକ୍ଷକ ଆଜଙ୍ଗକିୟା ବାବୁରାଓ ମାନେ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ବି.ଜେ.ପି. ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ ଯୋଗଦେଇ ଭବାନୀପାଟଣା ଠାରେ ବହୁଦିନର ପ୍ରତୀକ୍ଷା ପରେ ଅତ୍ୟାଧୁନିକ ଭୀତ୍ତିଭୂମିରେ ଉନ୍ନତ ମାନରେ ଲୋକଙ୍କ ସେବାରେ ନୂତନ ଥାନା ଗୃହର ଉଦଘାଟନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।
Latest entries
ଜିଲ୍ଲା ଖବରJanuary 7, 2026ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରJanuary 5, 2026ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଦ୍ଵିତୀୟ ଦିବସ
ଜିଲ୍ଲା ଖବରJanuary 5, 2026ଭାରତୀୟ ଜନତା ପାର୍ଟି ର ଟିପିଗୁଡା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
ଜିଲ୍ଲା ଖବରJanuary 4, 2026କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

