କଳାହାଣ୍ଡି:ଭବାନୀପାଟଣା,ଅମଲା ସଂଘ ର ବୈଠକ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ଆଶୁତୋଷ ମିଶ୍ରଙ୍କ ସଭାପତିତ୍ୟରେ ଅନୁଷ୍ଠିତ ସାଧାରଣ ବୈଠକରେ କଳାହାଣ୍ଡି ଜିଲ୍ଲାର କାର୍ଯ୍ୟାଳୟରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗ ଦେଇ ସେମାନଙ୍କ ଦାବି ସମ୍ପର୍କ ରେ ମାତ ଦେଇଥିଲେ । ଦୀର୍ଘ ଦିନରୁ କାର୍ଯ୍ୟରତ ଅମଲା କନିଷ୍ଠ ସହାୟକ ମାନେ ମୂଳ ଦରମା ଲେଭେଲ ୪ ରୁ ଲେଭେଲ ୯ ବା ପେ ୯୩୦୦ ସହିତ ଗ୍ରେଡ଼ ପେ ୪୨୦୦ ପ୍ରଦାନ ସମ୍ପର୍କ ରେ ସବିଶେଷ ଆଲୋଚନା ହୋଇଥିଲା।
କନିଷ୍ଠ ସହାୟକ ମାନଙ୍କ ଶିକ୍ଷଗତ ଯୋଗ୍ୟତା ଯୁକ୍ତ ଦୁଇ ରୁ ସ୍ମାତକ ସହ କମ୍ପୁଟର ଜ୍ଞାନ କୁ ସରକାର ବୃଦ୍ଧି କରିଛନ୍ତି। କିନ୍ତୁ ତଦତନୁଯାୟୀ କନିଷ୍ଠ ମାନଙ୍କୁ ସେଭଳି ଦରମା ପ୍ରଦାନ କରୁନାହାନ୍ତି।ଆସନ୍ତା ୩୧ ତାରିଖ ସୁଦ୍ଧା ସରକାର କୌଣସି ସାକାରତ୍ମକ ପଦକ୍ଷେପ ନ ନିୟନ୍ତି ତେବେ ଜୁନ ୧ ତାରିଖରୁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ସଂମୂହ ଛୁଟିରେ ଯିବେ ବୋଲି ନିଷ୍ପତି ନେଇଥିବା ସଂଘ ପକ୍ଷରୁ କୁହାଯାଇଛି। ଅମଲା ସଙ୍ଘର ସଭାପତି ସୁକାନ୍ତ ମହାପାତ୍ର, ସୁରେନ୍ଦ୍ର ପଣ୍ଡା, ଅଲେଖ ନାୟକ, ରୁପକିଶୋର ଦଳେଇ, ରତ୍ନାକର ଢଙ୍ଗଡ଼ା ମାଝୀ, ଟଙ୍କଧର ସାହୁ, ରାଜକିଶୋର ସାହୁ, ସୁଶାନ୍ତ ମେହେର, ମନିଶ ସାହୁ, ଚିନ୍ମୟ ଠାକୁର, କୃଷ୍ଣ ରାଣୀ ନାୟକ, ଲବ ମେହେର, ଜଗତ ନାରାୟଣ ବେହେରା, ମନୋଜ ଛାତ୍ରପାଳ, ବିଶ୍ଵନାଥ ମୁଣ୍ଡ ଓ ପ୍ରତି ବ୍ଲକର ସଭାପତି ଓ ଆବାହକ ଏହି ଆଲୋଚନାରେ ଅଂଶଗ୍ରହଣ କରି ଆନ୍ଦୋଳନ କୁ ସଫଳ ପାଇଁ ମତବ୍ୟକ୍ତ କରିଥିଲେ l
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

