କଳାହାଣ୍ଡି :କେସିଙ୍ଗା, କେସିଙ୍ଗାସହର କଲେଜ୍ ରୋଡ ସ୍ଥିତ ରହୁଥିବା ସୁବାଷ ଅଗ୍ରୱାଲଙ୍କ ଘରୁ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ରାତି ପ୍ରାୟ ୨ଟାରେ ୮ରୁ ୯ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । କେସିଙ୍ଗା ଆଦର୍ଶ ଥାନା ପୁଲିସ ଭୋର୍ ୪ ଟାରେ ଖବର ପାଇବା ପରେ ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ଵରେ ଏକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖୀଥିବା ଜଣାପଡିଛି।
ସୂଚନାନୁଯାୟୀ, ସୁବାଷ ଅଗ୍ରୱାଲଙ୍କ ସହିତ ତାଙ୍କ ସ୍ତ୍ରୀ, ଝିଅ, ନାତୁଣୀ ଏବଂ ରୋଷେୟା ମହିଳା ଘର ଭିତରେ ଶୋଇଥିଲେ। ରବିବାର ରାତି ପ୍ରାୟ ୨ଟା ପରେ ପାଚେରୀ ଡେଇଁ ଘର ପଛପଟ ଦେଇ କବାଟ ଲକର ଭାଙ୍ଗି ୮ରୁ ୯ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ଆସିଥିଲେ । ଦୁର୍ବୃତ୍ତମାନେ ପ୍ରଥମେ ରୋଷେୟା ମହିଳାଙ୍କ ସହ ଅନ୍ୟ କୋଠରୀରେ ଶୋଇଥିବା ସୁବାଷ ଓ ତାଙ୍କ ସ୍ତ୍ରୀ, ଝିଅ ଓ ନାତୁଣୀଙ୍କ ହାତକୁ ବାନ୍ଧି ପକାଇବା ସହ ପାଟିକୁ ବନ୍ଦ କରି ଚୁପ୍ ରହିବାକୁ କହିଥିଲେ। ନହେଲେ ମାରଣାସ୍ତ୍ର ଦେଖାଇ ମାରିବାକୁ ଧମକ ଦେଇଥିଲେ ।
ପ୍ରାୟ ଏକ ଘଣ୍ଟା ମଧ୍ୟରେ ଦୁର୍ବୃତ୍ତମାନେ ସମସ୍ତ କୋଠରୀର ଲକର ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ନେଇଯାଇଥିଲେ । ଏପରିକି ପ୍ରମାଣ ନଷ୍ଟ କରିବାକୁ ଘରେ ଲାଗିଥିବା ସିସିକ୍ୟାମେରା ଉପରେ କପଡା ଢାଙ୍କି ଦେଇ ହାର୍ଡଡିସ୍କକୁ ମଧ୍ୟ ନେଇଯାଇଥିବା ଜଣାପଡିଛି । ସୁବାଷଙ୍କ ଘରେ ପୂର୍ବରୁ ମଧ୍ୟ ୨ ରୁ ୩ ଥର ଦୁର୍ବୃତ୍ତମାନେ ପଶି ଡକାୟତି କରିଥିବା ଅଭିଯୋଗ ହୋଇଛି। ହେଲେ ତାହାର କୌଣସି ସୁରାକ ପୁଲିସ ଆଜି ପର୍ଯ୍ୟନ୍ତ ପାଇପାରି ନାହିଁ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

