ବେଦାନ୍ତ ରେ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀକୁ ଚାକିରୀ ନଦେବାରୁ ଲାଞ୍ଜିଗଡ ବେଦାନ୍ତ ରେ ତାଲା ପକାଇଲେ ମହିଳା

0 minutes, 0 seconds Read

ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଲାଞ୍ଜିଗଡବେଦାନ୍ତରେ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ କୁ ଚାକିରୀ ଦେବା ପ୍ରସଙ୍ଗ କୁନେଇ ଆଜି ବେଦାନ୍ତ କାରଖାନା ରେ ତାଲା ପକାଇଲେ ମହିଳା ସ୍ତ୍ରୀ ପାଇଁ ସ୍ଵାମୀ କିମ୍ବା ପୁଅ ଝିଅ ପାଇଁ ବାପା ପରିବାର ଭିତରେ ଭରସାର ଏକ ମଝି ଖୁଣ୍ଟ। ସେ ଭବିଷ୍ୟତ ଜୀବନର ଦୃଢ଼ ଭିତ୍ତିଭୂମି ଏବେ ଦେଖାଯାଇଛି । ଲାଞ୍ଜିଗଡ ବେଦାନ୍ତରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁପରେ ୧୨ଟି ପରିବାର ଅତି ଦୟନୀୟ ଜୀବନ ଜିଉଁଛନ୍ତି ସ୍ବାମୀଙ୍କୁ ହରାଇ ସ୍ତ୍ରୀ ଓ ବାପାଙ୍କ ଦେହାନ୍ତ ପରେ ବାପା ଛେଉଣ୍ଡ ପିଲାମାନେ ମାନସିକ ଭାବେ ଦୁର୍ବଳ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ବେଦାନ୍ତରେ କାର୍ଯ୍ୟ କରୁଥିବା ସମୟକାଳ ମଧ୍ୟରେ ଘଟିଛି ତେଣୁ ବିଧବା ସ୍ତ୍ରୀମାନେ ସ୍ଵାମୀଙ୍କ ଚାକିରୀ ସ୍ଥାନରେ ଖଣ୍ଡେ ଚାକିରୀ ପାଇଁ ନିଯୁକ୍ତି ଦାବି ଜଣାଇ ଆସୁଛନ୍ତି। ବେଦାନ୍ତ କମ୍ପାନୀର ବହୁ ବରିଷ୍ଟ ଅଧିକାରୀଙ୍କୁ ଜଣାଇବା ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଲାଞ୍ଜିଗଡ ସ୍ଥିତ ନିୟମଗିରି ବେଦାନ୍ତ ନଗରରେ ବସବାସ କରୁଥିବା ୧୨ଟି ବିଧବା ମହିଳା ନିଜ ଛୁଆପିଲା ଓ ପରିବାର ସଦସ୍ୟଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସିବାକୁ ପରିସ୍ଥିତି ବାଧ୍ୟ କରିଛି ବୋଲି ଧାରଣାରତ ମହିଳାମାନେ ପ୍ରକାଶ କରିଥିଲେ। ବିଧବାମାନଙ୍କ ଆଖିକୋଣରେ ଜକେଇ ଆସୁଥିବା ଲୁହ ଆଉ ହୃଦୟ ଭିତରେ ଜମାଟ ବାନ୍ଧିଥିବା ପରସ୍ତ ପରସ୍ତ କୋହ ଆଜି ସାହସ ଯୋଗାଇଛି ଯେ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବୁ ଏବଂ ନିଶ୍ଚିତଭାବେ ବଞ୍ଚିବାର ଆଶ୍ୱାସନାଟିଏ ପାଇବୁ ବୋଲି ଜିଲ୍ଲାପାଳ ଙ୍କ ଦ୍ୱରାସ୍ତ ହୋଇଛନ୍ତି। ହେଲେ ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କାରଣରୁ ଜିଲ୍ଲାପାଳଙ୍କୁ ଭେଟିବା ସମ୍ଭବ ହୋଇନଥିଲା। ବିଧବା ପରିବାରମାନେ ନିଷ୍ପତ୍ତି ନେଇଛନ୍ତି ଯେମିତି ହେଉ ଜିଲ୍ଲାପାଳଙ୍କୁ ନିଜ ଦୁଃଖ ଜଣାଇ ଚାକିରୀ ପାଇବାର ରାସ୍ତା ବାହାର କରିବୁ ତେଣୁ ଟେଣ୍ଟ ତଳେ ବସି ଦାବି ପୂରଣ ହେବାଯାଏ ବସି ରହିବୁ ବୋଲି ବିଧବା ମହିଳାମାନେ ଆଜି ପାଞ୍ଚ ଦିନ ହେଲା ଧାରଣା ରେ ଦେଇଛନ୍ତି। ନିଜ ସ୍ବାମୀର ଉତ୍ତରାଧିକାରୀ ହିସାବରେ ଚାକିରୀ ପାଇଁ ଅନେକ ଥର ବିଧବା ମହିଳାମାନେ ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଆକାରରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ କମ୍ପାନୀ ପଲିସି ଅନୁସାରେ ଚାକିରୀ ବ୍ୟବସ୍ଥା ନଥିବା କଥା କହି ଫେରାଇ ଦେଇଥିଲେ ଏବଂ କହିଥିଲେ ଜିଲ୍ଲାପାଳ ଯଦି ଚାହିଁବେ ନୂଆ ପଲିସି ଦ୍ଵାରା ଯାହା କିଛି ନିଷ୍ପତ୍ତି ନିଆଯାଇପାରିବ ଏବେ ଜିଲ୍ଲାପାଳ ମଧ୍ୟ ମୁହଁ ମୋଡ଼ୁଛନ୍ତି । ବେଦାନ୍ତରେ କାର୍ଯ୍ୟରତ କର୍ମଚାରୀମାନେ ଗତ ୨୦୧୩ ମସିହାରୁ ୨୦୨୩ ମଧ୍ୟରେ ମୃତ୍ୟୁବରଣ କରିଥିବା ଜଣାଯାଇଛି।ବେଦାନ୍ତ କମ୍ପାନୀ ଘର ପରିବାର ଚଳାଇବା ଲାଗି ପ୍ରଥମେ ୨୦୦୦ ରୁ ଆରମ୍ଭ କରି ପେନସନ ସ୍ୱରୂପ ବର୍ତ୍ତମାନ ୧୫୦୦୦ଟଙ୍କା ବିଧବା ମହିଳାମାନଙ୍କ ପରିବାରକୁ ଯୋଗାଇ ଆସୁଛି। ତେବେ ଅନ୍ୟପକ୍ଷରେ ୫୦ହଜାର ଟଙ୍କା ବେଦାନ୍ତର ଦରମା ପାଇ ଆସୁଥିବା ଘରର ରୋଜଗାରିଆ ମଣିଷର ମୃତ୍ୟୁ ହୋଇଗଲେ ପରବର୍ତ୍ତୀ ସମୟ ପରିବାର ଚଳାଇବା ମୁସ୍କିଲ ହୋଇପଡିଛି ବୋଲି ବିଧବା ମହିଳାମାନେ କହିଛନ୍ତି ଛୁଆ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ଭିତରେ । ବେଦାନ୍ତ କମ୍ପାନୀ ଆରମ୍ଭରେ ଆମ ଜମି ସବୁ ନେଇ ଶାଗ ମାଛ ଦରରେ କିଛି କିଛି ଟଙ୍କା ଧରେଇ ଦେଇଥିଲେ। ଘର ବଦଳରେ ୧୦ଡିସିମିଲ ଜାଗା ଓ ଚାରି ବଖରା ଘର ସହିତ ପରିବାରରୁ ଦୁଇ ବର୍ଷ ଆଇ. ଟି.ଆଇ ଟ୍ରେନିଂ ପଠାଇ ଜଣକୁ ଚାକିରୀ ଦେଇଥିବା ସ୍ବୀକାର କରିଛନ୍ତି। ତଥାପି ଘରର ରୋଜଗାରକ୍ଷମ ବ୍ୟକ୍ତି ଚାଲିଗଲା ପରେ ପରିସ୍ଥିତି ଅସମ୍ଭାଳ ହୋଇପଡିଥିବା ବିଷୟ ମୁଖ୍ୟ ସମସ୍ୟା ପାଲଟିଛି। ବିଶେଷକରି ନିଜର ଓ ପିଲାମାନଙ୍କ ଅନିଶ୍ଚିତ ଭବିଷ୍ୟତକୁ ନେଇ ମହିଳାମାନେ ଭାଙ୍ଗି ପଡ଼ିଥିବା କାରଣରୁ ଜିଲ୍ଲା ପ୍ରଶାସନ କି ପ୍ରକାର ଥଇଥାନ ବ୍ୟବସ୍ଥା କରୁଛି ତାହା ଦେଖିବାକୁ ରହିଲା । ହେଲେ ଏହି ୧୨ ଜଣ ମହିଳାଙ୍କ ସମର୍ଥନ ରେ ବେଦାନ୍ତ ନଗର ର ସମସ୍ତ ମହିଳା ଅଣ୍ଟା ଭିଡ଼ିଛନ୍ତି ସେମାନେ ବେଦାନ୍ତ କାରଖାନା ମୁଖ୍ୟ ଫାଟକ କୁ ତାଲା ପକାଇ ଧାରଣାରେ ବସିଛନ୍ତି । ଯେତେଦିନ ପର୍ଯ୍ୟନ୍ତ ବିଧବା ମହିଳା ଙ୍କୁ ଚାକିରୀ ନ ମିଳିଛି ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିବା ବେଲେ ଅତିରିକ୍ତ ଜିଲ୍ଲପାଳ ଲାଞ୍ଜିଗଡ ତହସିଲଦାର ଲାଞ୍ଜିଗଡ ଥାନା ଅଧିକାରୀ ବିଶ୍ଵନାଥପୁର ଥାନା ଅଧିକାରୀ ପ୍ରମୁଖ ଧାରଣାରତ ମହିଳାଙ୍କ ସହ ଆଲୋଚନା କରି କିଛି ଦିନ ସମୟ ମାଗିଥିଲେ ହେଲେ ମହିଳା ମାନେ ରାଜି ନହୋଇ ବର୍ତମାନ ମଧ୍ୟ ମହିଳା ମାନେ ମୁଖ୍ୟ ଫାଟକରେ ଧାରଣାରେ ବସିଛନ୍ତି । ଏ ପଟେ ଭବାନୀପାଟଣା ଜିଲ୍ଲପାଳ କାର୍ଯ୍ୟଳୟ ସମ୍ମୁଖରେ ୧୨ ଜଣ ମହିଳା ପାଞ୍ଚ ଦିନ ହେଲା ଧାରଣା ଦେଉଥିବା ବେଲେ ବେଦାନ୍ତ ନଗର ର ସମସ୍ତ ମହିଳା ଲାଞ୍ଜିଗଡ ବେଦାନ୍ତ କାରଖାନା ସମ୍ମୁଖରେ ଧାରଣା ଦେଉଛନ୍ତି । ଜିଲ୍ଳାପ୍ରଶାସନ କି ବେଦାନ୍ତ କର୍ତ୍ତୃପକ୍ଷ କେବେ ଏହି ବିଧବା ମହିଳା ଙ୍କ ଗୁହାରି ଶୁଣୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts