ନ୍ୟୁଜ ଗ୍ୟାଲେରି, ଧର୍ମଗଡ: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ଧର୍ମଗଡ ର
ଶୈଳେଶ ଭୋଇ । ସେ ସପ୍ତମ ସ୍ଥାନ ରେ ରହି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଶ୍ରୀ ଭୋଇ ଧର୍ମଗଡ ସରସ୍ବତୀ ଶିଶୁ ମନ୍ଦିର ର ଛାତ୍ର ଥିଲେ । ଛାତ୍ର ଜିବନ ରୁ ହିଁ ସେ ପ୍ରଶାସନିକ ସେବା ପାଇ ଆଗ୍ରହୀ ରହିଥିଲେ । ସେଥି ପାଇଁ ସେ ରିଜର୍ଭ ଭଳି ବ୍ୟାଙ୍କ୍ ଚାକିରୀ ଛାଡ଼ି ଓ ଏ ଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇ ଥିଲେ । କୌଣସି କୋଚିଙ୍ଗ ନ ନେଇ ସେ ଘରେ ରହି ସୋସିଆଲ ମିଡ଼ିଆ ଓ ଡିଜିଟାଲ ମିଡ଼ିଆ ର ସହାୟତାରେ ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରି ସଫଳତା ପାଇ ଥିଲେ । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ହାଇସ୍କୁଲ ଶିକ୍ଷକ ନିରଞ୍ଜନ ଭୋଇ ଓ ମାତା ଗୀତାଞ୍ଜଳି ଭୋଇ ଙ୍କ ସେ ଜ୍ୟେଷ୍ଠ ପୂତ୍ର ଅଟନ୍ତି । ତାଙ୍କର ଏହି ସଫଳତା ରେ ଅଞ୍ଚଳ ରେ ଖୁସି ପ୍ରକାଶ ପାଇ ଥୂବା ବେଳେ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ରିପୋଟ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

