ନ୍ୟୁଜ ଗ୍ୟାଲେରି, ଧର୍ମଗଡ: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ଧର୍ମଗଡ ର
ଶୈଳେଶ ଭୋଇ । ସେ ସପ୍ତମ ସ୍ଥାନ ରେ ରହି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଶ୍ରୀ ଭୋଇ ଧର୍ମଗଡ ସରସ୍ବତୀ ଶିଶୁ ମନ୍ଦିର ର ଛାତ୍ର ଥିଲେ । ଛାତ୍ର ଜିବନ ରୁ ହିଁ ସେ ପ୍ରଶାସନିକ ସେବା ପାଇ ଆଗ୍ରହୀ ରହିଥିଲେ । ସେଥି ପାଇଁ ସେ ରିଜର୍ଭ ଭଳି ବ୍ୟାଙ୍କ୍ ଚାକିରୀ ଛାଡ଼ି ଓ ଏ ଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇ ଥିଲେ । କୌଣସି କୋଚିଙ୍ଗ ନ ନେଇ ସେ ଘରେ ରହି ସୋସିଆଲ ମିଡ଼ିଆ ଓ ଡିଜିଟାଲ ମିଡ଼ିଆ ର ସହାୟତାରେ ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରି ସଫଳତା ପାଇ ଥିଲେ । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ହାଇସ୍କୁଲ ଶିକ୍ଷକ ନିରଞ୍ଜନ ଭୋଇ ଓ ମାତା ଗୀତାଞ୍ଜଳି ଭୋଇ ଙ୍କ ସେ ଜ୍ୟେଷ୍ଠ ପୂତ୍ର ଅଟନ୍ତି । ତାଙ୍କର ଏହି ସଫଳତା ରେ ଅଞ୍ଚଳ ରେ ଖୁସି ପ୍ରକାଶ ପାଇ ଥୂବା ବେଳେ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ରିପୋଟ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

