ନ୍ୟୁଜ ଗ୍ୟାଲେରି,ଜୁନାଗଡ଼:(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମାନାକୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ବରଯାତ୍ରୀ ଯାଇ ଫେରୁଥିବା ସମୟରେ ବାଟରେ କାର ଦୁର୍ଘଟଣା ହେବାରୁ ଜଣକର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକଙ୍କ ନାମ ହିଁମାଂଶୁ ମେହେର (୩୮) ହୋଇଥିବାବେଳେ ତାଙ୍କ ଘର ବଣ୍ଡାକୁଟ୍ରା ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,ନୂଆପଡା ଜିଲ୍ଲା ସିନାପାଲି ରୁ ବରଯାତ୍ରୀ ଯାଇଥିବା ଏକ କାର ନଂ (ଓଡି୦୮ କେ -୪୫୮୫) ଜୁନାଗଡ଼ ବ୍ଲକ ପଲାସ ଗ୍ରାମକୁ ଫେରୁଥିବା ବେଳେ ବାଟରେ ବଣ୍ଡାକୁଟ୍ରା କର୍ତ୍ତବ୍ୟ ନିକଟ ରାସ୍ତା କଡରେ ଥିବା ଏକ ପୋଲ ଖମ୍ବରେ ପିଟି ହୋଇଥିଲା।ଫଳରେ ଏଥିରେ ବସିଥିବା ବଣ୍ଡାକୁଟ୍ରା ଗ୍ରାମର ହିମାଂଶୁ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜ୍ୱାଇଁ ବୁଡିପଦର ଗ୍ରାମର ଯୁଗେଶ୍ଵର ମେହେର(୩୯),ଭଣଜା ଶୁଭମ ମେହେର (୯) ଓ ମାଲପଡାର କାର ଚାଳକ ରବି ପଧାନ ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକଙ୍କୁ ସହାୟତା କ୍ରମେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ରେ ଜୁନାଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା।ସେଠାରେ କିଛି ସମୟ ଚକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚକିତ୍ସା ଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ମୃତ ହିମାଂଶୁଙ୍କ ସ୍ତ୍ରୀ ଓ ଛୋଟ ଝିଅ,ପୁଅ ଅଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

