ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଓ ରାୟଗଡା ଜିଲ୍ଲା ର ସିଜିମାଳି ଖଣି ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତନ (FRA) ନିମନ୍ତେ ୧୦ଟି ଗ୍ରାମ ଯଥା – ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତ ର ମମାଳିପଡ଼ାର, ଡ଼ୁମେରପଦାର ,କଣ୍ଟାମାଳ, ବୁଣ୍ଡେଲ, ଅଳିଗୁଣା, ସାଗବାରୀ ପେନାଲକୋନା , କାଟିବାଟା ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲାମ ପଦର ପଞ୍ଚାୟତ ତିଜମାଳୀ ଓ ଚୁଳବାଡ଼ି ଏହି ସବୁ ଗ୍ରାମକୁ ନେଇ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ପଲ୍ଲୀସଭା ଆୟୋଜନ କରାହୋଇଥିଲା ଏହି ପଲ୍ଲୀସଭାରେ ସମସ୍ତ ପ୍ରଭାବିତ ଅଞ୍ଚଳ ବାସୀ ଯୋଗ ଦେଇ ମତ ପ୍ରକାଶ କରି ଥିଲେ ଓ ଉପରକ୍ତ ପଲ୍ଲୀସଭାକୁ ସମର୍ଥନ କରି ସଫଳ କଲେ ଓ ଖଣି ଖଣନ ହେଲେ ଅଞ୍ଚଳ ର ବିକାଶ ସହିତ ବେକାରୀ ସମସ୍ୟା ଦୁର ହବ ବଲି ମତ ପ୍ରକାଶ କରି ଥିଲେ ଏଠାରେ ସୁରକ୍ଷା ନିମନ୍ତେ ପୋଲିସ ପ୍ରଶାସନ ମୁତୟନ ହୋଇଥିଲେ ଓ ସରକାରୀ କର୍ମଚାରୀ ଓ କମ୍ପାନୀ କତୃପକ୍ଷ ଉପସ୍ଥିତ ଥିଲେ। ପୂର୍ବରୁ ମଧ୍ୟ ସିଜିମାଳୀ ଖଣି ଖଣନ ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତନ(FRA) ନିମନ୍ତେ ପଲ୍ଲୀସଭାପୂର୍ବରୁ ମଧ୍ୟ କଳାହାଣ୍ଡି ଓ ରାୟଗଡା ଜିଲ୍ଲାରେ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

