ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଓ ରାୟଗଡା ଜିଲ୍ଲା ର ସିଜିମାଳି ଖଣି ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତନ (FRA) ନିମନ୍ତେ ୧୦ଟି ଗ୍ରାମ ଯଥା – ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତ ର ମମାଳିପଡ଼ାର, ଡ଼ୁମେରପଦାର ,କଣ୍ଟାମାଳ, ବୁଣ୍ଡେଲ, ଅଳିଗୁଣା, ସାଗବାରୀ ପେନାଲକୋନା , କାଟିବାଟା ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲାମ ପଦର ପଞ୍ଚାୟତ ତିଜମାଳୀ ଓ ଚୁଳବାଡ଼ି ଏହି ସବୁ ଗ୍ରାମକୁ ନେଇ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ପଲ୍ଲୀସଭା ଆୟୋଜନ କରାହୋଇଥିଲା ଏହି ପଲ୍ଲୀସଭାରେ ସମସ୍ତ ପ୍ରଭାବିତ ଅଞ୍ଚଳ ବାସୀ ଯୋଗ ଦେଇ ମତ ପ୍ରକାଶ କରି ଥିଲେ ଓ ଉପରକ୍ତ ପଲ୍ଲୀସଭାକୁ ସମର୍ଥନ କରି ସଫଳ କଲେ ଓ ଖଣି ଖଣନ ହେଲେ ଅଞ୍ଚଳ ର ବିକାଶ ସହିତ ବେକାରୀ ସମସ୍ୟା ଦୁର ହବ ବଲି ମତ ପ୍ରକାଶ କରି ଥିଲେ ଏଠାରେ ସୁରକ୍ଷା ନିମନ୍ତେ ପୋଲିସ ପ୍ରଶାସନ ମୁତୟନ ହୋଇଥିଲେ ଓ ସରକାରୀ କର୍ମଚାରୀ ଓ କମ୍ପାନୀ କତୃପକ୍ଷ ଉପସ୍ଥିତ ଥିଲେ। ପୂର୍ବରୁ ମଧ୍ୟ ସିଜିମାଳୀ ଖଣି ଖଣନ ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତନ(FRA) ନିମନ୍ତେ ପଲ୍ଲୀସଭାପୂର୍ବରୁ ମଧ୍ୟ କଳାହାଣ୍ଡି ଓ ରାୟଗଡା ଜିଲ୍ଲାରେ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

