Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ ଆୟୋଜକ ସମ୍ପାଦକ ଜୟରାମ ସାହୁ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ପ୍ରମୁଖ ମଂଚାସୀନ ଥିଲେ। ବୋର୍ଡା ଜନତା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶଗଡା ହାଇସ୍କଲ ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ଶୃତି ସିଲଭା ପଣ୍ଡା ଓ ବର୍ଷାରାଣୀ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ସମଗ୍ର ୧୩ଟି ବ୍ଲକରୁ ମନୋନୀତ ୬୩ଟି ବିଜ୍ଞାନ ପ୍ରକଳ୍ପ ମାନଙ୍କ ବାଲ୍ ବୈଜ୍ଞାନିକମାନଙ୍କ ଦ୍ୱାରା ଏଥିରେ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ଅଧ୍ୟାପକ ତ୍ରିନାଥ ବିଷୋୟୀ, ଭି. ସୁରେନ୍ଦ୍ରନାଥ ରାଓ, ଅଟଳବିହାରୀ ନାୟକ, ରୁଦ୍ରମାଧବ ନାଗ ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରଦର୍ଶନୀ ରେ କୁଇଜ ପ୍ରତିଯୋଗିତା ସମଗ୍ର ଜିଲ୍ଲାର ୧୩୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କୁଇଜ ମାଷ୍ଟର ଭାବେ ଶୁଭେନ୍ଦୁ ଶେଖର ବେହେରା, ପ୍ରକାଶ ମିଶ୍ର, ଶ୍ରୀନିବାସ ସେନାପତି, ବିଜୟାନନ୍ଦ ହୋତା, ସୋମନାଥ ସାହୁ ପ୍ରମୁଖ କୁଇଜ ପରିଚାଳନା କରିଥିଲେ। ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ସାଜିଥିଲା ପ୍ରକୃତି ବନ୍ଧୁ ରବୀନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଲୋକଖେଳ ଓ ବିଜ୍ଞାନ ଆଧାରିତ ବାଲୁକା କଳା। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହାକୁ ପରିଚାଳନା କରିଥିଲେ ଶିକ୍ଷକ ରବି କାନୁନଗୋ, ମଙ୍ଗୁଳୁ ପ୍ରଧାନ ଓ ଦୀପ୍ତିମୟୀ ସିଂ। ବିଜ୍ଞାନ ସମ୍ପର୍କିତ ଯାଦୁକାରୀ ପ୍ରଦର୍ଶନ ଦେଖେଇଥିଲେ ଶିକ୍ଷକ ସନ୍ତୋଷ କର ଓ ନିରୋଜ ସାହୁ। ଏଥିରେ ପ୍ରଦର୍ଶନୀ କମିଟିର ସମସ୍ତ ସଦସ୍ୟ ତଥା ପୋଲିସ ହାଇସ୍କୁଲ୍ ର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
