କଳାହାଣ୍ଡି:ଭବାନୀପାଟଣା,ଅରୁନ୍ଧତୀ ଜ୍ଵଲର୍ସ ର ବୃହର୍ତ୍ତ ଓ ଅତ୍ୟାଧୁନିକ ନୂତନ ଫ୍ଲାଗସିପ ଗହଣା ସୋରୁମ ର ଶୁଭାରାମ୍ଭ ଭବାନୀପାଟଣା ଠାରେ ହୋଇଯାଇଛି।ଓଡ଼ିଶାର ସର୍ବ ବୃହର୍ତ୍ତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜ୍ଵଏଲର୍ସ ତରଫରୁ ଚଳିତ ମେ ମାସ ୧୨ ତାରିଖ ଶୁକ୍ରବାର ପୂର୍ବାହ୍ନ ଘ.୧୦.୦୦ମି ଠାରୁ ଭବାନୀପାଟଣା ଠାରେ ତାର ନୂତନ ଓ ଅତ୍ୟାଧୁନିକ ଫ୍ଲାଗସିପ ଗହଣା ସୋରୁମର ଶୁଭାରମ୍ଭ କରିବାକୁ ଯାଉଅଛି।
ପ୍ରେସ ବାର୍ତ୍ତା ରେ ଅରୁନ୍ଧତୀ ଜୁଏଲର୍ସ ର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ବ୍ରହାନନ୍ଦ ମେହେର ଏହି ସୂଚନା ଦେବା ସହ ପ୍ରକାଶ କରିଛନ୍ତି ଯେ ସମସ୍ତଙ୍କ ର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଓ ଅରୁନ୍ଧତୀ ଉପରେ ବିଶ୍ୱାସ ଥିବାରୁ ଅରୁନ୍ଧତୀ ଆଜି ସାରା ଓଡିଶା ସହ ପୂର୍ବଭାରତର ଏକ ପ୍ରତିଷ୍ଠିତ ଅଗ୍ରଣୀ ସୁନା ଗହଣା ବ୍ରାଣ୍ଡ ଭାବରେ ମାନ୍ୟତା ପାଇପାରିଛି।ଗତ ୨୩ବର୍ଷ ଧରି ସୁନା ଗହଣା ମାନରେ ସୁଦ୍ଧତା, କାରୁକାର୍ଯ୍ୟତା, ସଠିକ ବ୍ୟବସାୟିକ ପଦ୍ଧକ୍ଷପ ଓ ତା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ସହ ଗ୍ରାହକ ସେବାରେ ଆତ୍ମୀୟତାର ଭାବକୁ ଆଧାର କରି ଅରୁନ୍ଧତୀ ଆଜି ଓଡ଼ିଶା ର ଜନମାନସଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇପାରିଛି ଓ ପ୍ରତିଟି ଘରର ଏକ ଅଂଶବିଶେଷ ହୋଇପାରିବା ସହ ଓଡ଼ିଶାର ସର୍ବବୃହର୍ତ୍ତ ଓ ସର୍ବଶ୍ରେଷ୍ଠ ଜୁଏଲାରୀ ବ୍ରାଣ୍ଡ ଭାବରେ ପ୍ରତିଷ୍ଠିତ ହୋଇପାରିଛି ।
ଅନେକ ଜାତୀୟ ପୁରସ୍କାର ରେ ପୁରସ୍କୃତ ହୋଇ ସମସ୍ତଙ୍କ ପାଇଁ ଗୌରବ ଆଣିପାରିଛି।ଅରୁନ୍ଧତୀର ନୂତନ ଓ ଅତ୍ୟାଧୁନିକ ଫ୍ଲାଗସିପ ସୋରୁମ ୫୦୦୦ ବର୍ଗଫୁଟ ପରିମିତ ଏବଂ ଏହା ମଧ୍ୟରେ ସର୍ବୋତ୍ତମ ଡିଜାଇନ ଓ ସମ୍ପୂର୍ଣ୍ଣ ହଲମାର୍କ HUID ସୁଧାତାଯୁକ୍ତ ୫୦୦୦ରୁ ଉର୍ଦ୍ଧ ସୁନା ଗହଣା ଡିଜାଇନ, ହୀରା ଗହଣା, ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରୁପା ଗହଣା ଓ କଳାକୃତ ସମ୍ଭାର ରଖାଯିବା ସହ ଅରୁନ୍ଧତୀ ର ୫ ଷ୍ଟାର ପ୍ରମିଜ ସେବା ପାଇପାରିବେ ଏହି ନୂତନ ସୋରୁମ ଶୁଭାରମ୍ଭ ଅବସରରେ ଅରୁନ୍ଧତୀ ଜ୍ଵଲର୍ସ ତରଫରୁ ଆକର୍ଷଣୀୟ ଅଫର HUID ହଲମାର୍କ ସୁନା ଗହଣା ଗଢା ମଜୁରୀ ଉପରେ ଟ.୩୫୦୦/- ପର୍ଯ୍ୟନ୍ତ ଛାଡ, ପୁରୁଣା ଗହଣା ଉପରେ ୫୦୦ ଟଙ୍କା extra exchange bonus, ହୀରା ଗହଣାର ହୀରା ମୂଲ୍ୟ ଉପରେ ଫ୍ଲାଟ ୨୧ ପ୍ରତିଶତ ରିହାତି ଓ ପ୍ରତ୍ୟେକ କ୍ରୟରେ ଭି.ଏକ୍ସ.ଆଇ, ହିରୋ ଗ୍ଲାମ ର ମୋଟର ସାଇକେଲ, ହିରୋ ଜୁମ ସ୍କୁଟି ଓ ଲକ୍ଷପତି ହେବାର ସୁଯୋଗ ପାଇପାରିବେ।ବୋଲି ଅରୁନ୍ଧତୀ ଜ୍ଵଲର୍ସ ପ୍ରତିଷ୍ଠାତା ପ୍ରେସ ବାର୍ତ୍ତା ରେ ଜଣାଇଥିଲେ।

Latest entries
ଜିଲ୍ଲା ଖବରOctober 7, 2025ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ।
ଜିଲ୍ଲା ଖବରOctober 6, 2025ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବ
ଜିଲ୍ଲା ଖବରOctober 2, 2025କାଙ୍କେରୀ ରେ ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା
ଜିଲ୍ଲା ଖବରSeptember 27, 2025ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ