କଳାହାଣ୍ଡି:କେସିଙ୍ଗା ,( ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ର ହର୍ଟିକଲଚର ବଗିଚା ଠାରେ ଉଦ୍ୟାନ କୃଷି ବିଭାଗ କଳାହାଣ୍ଡି ତରଫରୁ ଏକ୍ ବ୍ଲକସ୍ତରୀୟ କୃଷକ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇ ଯାଇଛି।
ପ୍ରଥମେ ପ୍ରଭୁ ଗଣେଶ ଙ୍କ ଫୋଟୋ ଚିତ୍ର ରେ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ କରିଅତିଥିମାନେ ଆମ୍ବ ଗଛ ରେ ପାଣି ସିଞ୍ଚନ କରି କର୍ମଶାଳା ଆରମ୍ଭ କରାଯାଇ ଥିଲେ। ଏଥିରେ ମୂଖ୍ୟ ଅତିଥି କେସିଙ୍ଗା ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି ,କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ,ମୁଖ୍ୟ ବକ୍ତା ଭାବେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ କିଶୋର କୁମାର ମହାଳିଙ୍ଗ ଯୋଗଦେଇ ଥିଲେ। ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ କିଶୋର କୁମାର ମହାଲିଙ୍ଗ ତାଙ୍କ ଅଭିଭାଷଣରେ ସରକାରଙ୍କ ତରଫରୁ ମିଲୁଥିବା ବିଭିନ୍ନ ରିହାତି ବିଷୟରେ ଆଲୋଚନା କରିଥିଲେ ।
ଚାଷୀ ମାନେ କେବଳ ଧାନ ଚାଷ ନ କରି ଅର୍ଥକାରୀ ଫସଲ କରି ସରକାର ଙ୍କ ତରଫରୁ ମିଳୁଥିବା ବିଭିନ୍ନ ରିହାତି ର ଲାଭ ଉଠାଇବା ପାଇଁ ଉପସ୍ଥିତ ଚାଷୀ ମାନଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ଆସିଥିବା ତିନି ଜଣ ସଫଳ ଚାଷୀ ମାନେ ହେଲେ କଲମପୁର ବ୍ଲକ ରୁ ଆସିଥିବା ଶରତ ଚନ୍ଦ୍ର ମୁଣ୍ଡ,କଦଳୀ ଚାଷୀ,କେସିଙ୍ଗା ବ୍ଲକ ବୋରିଆ ଗ୍ରାମର କଦଳୀ ଚାଷୀ ହାରିଶ୍ଚ ନ୍ଦ୍ର ନାୟକ ଓ କୋକସରାବ୍ଲକ ରୁ ଆସିଥିବା କୃଷ୍ଣଚନ୍ଦ୍ର ନାଏକ ପନିପାରିବା ଚାଷୀଙ୍କୁ ସ୍ୱାଗତ କରାଯାଇଥିଲା।ସେହି ୩ଜଣ ଜିଲ୍ଲା ର ଶ୍ରେଷ୍ଠ ଚାଷୀ ମାନେ ନିଜର ଅନୁଭୂତି ବିଷୟ ରେ ଅଭିଭାଷଣ ଦେଇ କିପରି ଅର୍ଥକାରୀ ଫସଲ ଚାଷ କରି ସରକାର ଙ୍କ ତରଫରୁ ମିଳୁଥିବା ରିହାତି ର ଲାଭ ଉଠାଇ ଲକ୍ଷ ଲକ୍ଷ ଟଙ୍କା ଲାଭ ପାଇ ନିଜର ଆର୍ଥିକ ପରିସ୍ଥିତି ସୁଦୃଢ କରିପାରିଛନ୍ତି ,ସେ ବିଷୟରେ ଆଲୋକ ପାତ କରି ଚାଷୀ ମାନଙ୍କୁ ଅର୍ଥକାରୀ ଫସଲ ଚାଷ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ।
ଏହି ଶିବିରରେ ମୁଖ୍ୟ ବକ୍ତା ଉପସ୍ଥିତ ଚାଷୀମାନଙ୍କୁ ଉଦ୍ୟାନ କୃଷି ମିଶନ ଯୋଜନା, ଶିକ୍ଷାମୂଳକ ଗସ୍ତ ଓ ପ୍ରଶିକ୍ଷଣ, ଜିଆଖତ ପ୍ରସ୍ତୁତି ନିମନ୍ତେକୁଣ୍ଡ ପ୍ରତିଷ୍ଠା ପାଇଁ ଅର୍ଥ ସହାୟତା, ଉଦ୍ୟାନ କୃଷିଯନ୍ତ୍ରପାତିକ୍ରୟ ଉପରେ ଅନୁଦାନ, ଅମଳ ପରବର୍ତ୍ତୀ ଯତ୍ନ ପାଇଁ ସହାୟତା, ସୁରକ୍ଷିତ ଚାଷ,ଛତୁ ଚାଷ,ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା, ରାଜ୍ୟ ଯୋଜନା, ପିଆଜ,ଆମ୍ବ,କାଜୁ,ଲେମ୍ବୁ, ଲିଚୁ ପାଇଁ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଆର୍ଥିକ ସହାୟତା ଆଦି ବିଷୟ ଚାଷୀମାନଙ୍କୁ ୫୦%ରିହାତି ବିଷୟରେ ବୁଝାଇଥିଲେ। ଅତିରିକ୍ତ ହର୍ଟିକଲଚର ଅଫିସର ପ୍ରଜ୍ଞା ପ୍ରିୟଦର୍ଶୀ ସାହୁ ଏବଂ ହର୍ଟିକଲଚର ଓଭରସିୟର ସନ୍ତୋଷ କୁମାର ସାହୁ, ହର୍ଟିକଲଚର ୱାର୍କର ରୋଜାଳିନୀ ନାଏକ ଏହି ଶିବିର କୁ ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

