କେସିଙ୍ଗା ଜେ ଏମ ଏଫ ସି କୋର୍ଟ ପରିସରରେ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ ।

0 minutes, 0 seconds Read

କଳାହାଣ୍ଡି:କେସିଙ୍ଗା ,( ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ  ଜେ ଏମ ଏଫ ସି କୋର୍ଟ ପରିସରରେ ଚଳିତ ମାସ ଦ୍ୱିତୀୟ ଶନିବାର ଆସନ୍ତା ୧୩ ତାରିଖରେ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ। ଏଥିରେ ଚେକ ବାଉଁନ୍ସ, ଋଣ ଅନାଦେୟ ମାମଲା, ରାଜସ୍ୱ, ତଥା ଜମିଜମା ମାମଲା, ବିଚାର ବିଭାଗୀୟ ଅଦାଲତ ରେ ଆଗତ କରାଯିବ ଯେଉଁ ବ୍ୟକ୍ତି ମାନେ ଅପୋଷ ସମାଧାନ ଚାହୁଁଛନ୍ତି ସେହି ଵ୍ୟକ୍ତି ମାନେ ଅଦାଲତ ରେ ଆଗୁଆ ଆବେଦନ କରି ଏହାର ସୁଯୋଗ ଉଠାଇ ପାରିବେ ବୋଲି କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଧନଞୟ ନାୟକ ସୂଚନା ଦେଇଛନ୍ତି। ଯେଉଁମାନଙ୍କର କୌଣସି କୋର୍ଟ କଚେରୀ  ରେ କୌଣସି ମାମଲା ବିଚାରଧୀନ ଅଛି କିମ୍ବା ଆପଣଙ୍କ କାହାସହିତ ବିବାଦ ରହିଛି ଆପଣ ଆପଣଙ୍କ ପ୍ରାକ ମୋକଦ୍ଦମା ଦାୟର ଓ ସମାଧାନ ଚାହୁଁଛନ୍ତି ତାହେଲେ ନିକଟସ୍ଥ ତାଲୁକ ଆଇନ ସେବା ସମିତି କାର୍ଯ୍ୟାଳୟ ଠାରେ ଏକ ନିର୍ଧାରିତ ଫର୍ମ ରେ ଆବେଦନ କରି ଏହାର ସୁଯୋଗ ଉଠାଇ ପାରିବେ। ଉକ୍ତ ଲୋକ ଅଦାଲତ ଫଇସଲା ପାଇଁ କୋୖଣସି ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡାନ୍ତ ଓ ବୈଧ ଅଟେ। ନିଜ ନିଜ ମଧ୍ୟରେ ଦୀର୍ଘ ଦିନ ଧରି ଲାଗିରହିଥିବା ମୋକଦ୍ଦମା ର ସହଜ ନିସ୍ତାର ଓ ନିଜ ନିଜ ମଧ୍ୟରେ ଥିବା ପ୍ରାକ ମୋକଦ୍ଦମା ର ସମାଧାନ ଓ ଆର୍ଥିକ ଖର୍ଚ୍ଚ ଓ ସମୟର ଅପଚୟ  ପାଇଁ ଏହି ସୁଯୋଗ ଉଠାଇବା ପାଇଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ନାୟକ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts