କଳାହାଣ୍ଡି:କେସିଙ୍ଗା ,( ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜେ ଏମ ଏଫ ସି କୋର୍ଟ ପରିସରରେ ଚଳିତ ମାସ ଦ୍ୱିତୀୟ ଶନିବାର ଆସନ୍ତା ୧୩ ତାରିଖରେ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ। ଏଥିରେ ଚେକ ବାଉଁନ୍ସ, ଋଣ ଅନାଦେୟ ମାମଲା, ରାଜସ୍ୱ, ତଥା ଜମିଜମା ମାମଲା, ବିଚାର ବିଭାଗୀୟ ଅଦାଲତ ରେ ଆଗତ କରାଯିବ ଯେଉଁ ବ୍ୟକ୍ତି ମାନେ ଅପୋଷ ସମାଧାନ ଚାହୁଁଛନ୍ତି ସେହି ଵ୍ୟକ୍ତି ମାନେ ଅଦାଲତ ରେ ଆଗୁଆ ଆବେଦନ କରି ଏହାର ସୁଯୋଗ ଉଠାଇ ପାରିବେ ବୋଲି କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଧନଞୟ ନାୟକ ସୂଚନା ଦେଇଛନ୍ତି। ଯେଉଁମାନଙ୍କର କୌଣସି କୋର୍ଟ କଚେରୀ ରେ କୌଣସି ମାମଲା ବିଚାରଧୀନ ଅଛି କିମ୍ବା ଆପଣଙ୍କ କାହାସହିତ ବିବାଦ ରହିଛି ଆପଣ ଆପଣଙ୍କ ପ୍ରାକ ମୋକଦ୍ଦମା ଦାୟର ଓ ସମାଧାନ ଚାହୁଁଛନ୍ତି ତାହେଲେ ନିକଟସ୍ଥ ତାଲୁକ ଆଇନ ସେବା ସମିତି କାର୍ଯ୍ୟାଳୟ ଠାରେ ଏକ ନିର୍ଧାରିତ ଫର୍ମ ରେ ଆବେଦନ କରି ଏହାର ସୁଯୋଗ ଉଠାଇ ପାରିବେ। ଉକ୍ତ ଲୋକ ଅଦାଲତ ଫଇସଲା ପାଇଁ କୋୖଣସି ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡାନ୍ତ ଓ ବୈଧ ଅଟେ। ନିଜ ନିଜ ମଧ୍ୟରେ ଦୀର୍ଘ ଦିନ ଧରି ଲାଗିରହିଥିବା ମୋକଦ୍ଦମା ର ସହଜ ନିସ୍ତାର ଓ ନିଜ ନିଜ ମଧ୍ୟରେ ଥିବା ପ୍ରାକ ମୋକଦ୍ଦମା ର ସମାଧାନ ଓ ଆର୍ଥିକ ଖର୍ଚ୍ଚ ଓ ସମୟର ଅପଚୟ ପାଇଁ ଏହି ସୁଯୋଗ ଉଠାଇବା ପାଇଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ନାୟକ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

