ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମେଳନ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଯୋଗଦେଇ ଶ୍ରୀ କରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଥିଲେ।
ଶିକ୍ଷାଦାନ କ୍ଷେତ୍ରରେ ନିଜର କର୍ତ୍ତବ୍ୟନିଷ୍ଠା ଓ ଉତ୍ସର୍ଗୀକୃତ ସେବା ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ଶ୍ରୀ କର ଜିଲ୍ଲା ତଥା ଶିକ୍ଷା ବିଭାଗ ପାଇଁ ଗର୍ବ ଓ ଗୌରବ। ଆଗାମୀ ଦିନରେ ଶ୍ରୀ କରଙ୍କ ଭଳି ଅନ୍ୟ ଶିକ୍ଷକ ବନ୍ଧୁମାନେ ମଧ୍ୟ ଜିଲ୍ଲା ତଥା ଶିକ୍ଷା ବିଭାଗ ପାଇଁ ଗୌରବ ଆଣିବା ପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ୍ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କରଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହେଉଥିବା ସମୟର ଭିଡିଓ ପ୍ରଦର୍ଶନ ହୋଇଥିଲା।
ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକର ବିଇଓ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ପୂର୍ବ ବିଜ୍ଞାନ ପର୍ଯ୍ୟବେକ୍ଷକ ହିମାଂଶୁ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏବଂ ଡିପିସି ଅଫିସର କର୍ମଚାରୀ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଧନ୍ୟବାଦ ଦେଇଥିବାବେଳେ କାର୍ଯ୍ୟକ୍ରମକୁ ପ୍ରଶାନ୍ତ ନନ୍ଦ, ବୀରେନ୍ଦ୍ର ଆଚାର୍ଯ୍ୟ, ସୋମନାଥ ସାହୁ, ତପନ ମୁଣ୍ଡ ପରିଚାଳନା କରିଥିଲେ। ସୂଚନା ଯୋଗ୍ୟ ଯେ ଶ୍ରୀ କର ଗତ ଗୁରୁଦିବସ ଦିନ ଦିଲ୍ଲୀ ଠାରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ ହୋଇଥିଲେ।
Latest entries
ଜିଲ୍ଲା ଖବରFebruary 25, 2026ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ଜିଲ୍ଲା ଖବରFebruary 24, 2026ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ
ଜିଲ୍ଲା ଖବରFebruary 21, 2026ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରFebruary 17, 2026ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

