ନ୍ୟୁଜ ଗ୍ୟାଲେରି,ଲାଞ୍ଜିଗଡ:(କୈଲାଶ ସାହୁ) ଦିନକୁ ଦିନ କଳାହାଣ୍ଡି ଜିଲ୍ଲାରେ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଲାଞ୍ଜିଗଡ଼ ସହରରେ ଜିଲ୍ଲା ଶ୍ରମ ବିଭାଗ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଚଢ଼ଉ କରାଯାଇଛି। ଲାଞ୍ଜିଗଡ଼ ସହରର ବିଭିନ୍ନ ଦୋକାନ ହୋଟେଲ ଓ ନିର୍ମାଣସ୍ଥଳୀରେ ଆଜି ଚଢ଼ଉ କରାଯାଇଥି ବାବେଳେ ଜଗନ୍ନାଥପୁର ଠାରେ ଏକ ନିର୍ମାଣସ୍ଥଳରେ ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି।
ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶି ଯାଇଥିଲା। ଶ୍ରମ ବିଭାଗର ଅତିରିକ୍ତ ଶ୍ରମ ଅଧିକାରୀ ଜିତମ୍ କୁମାର ମାଝୀଙ୍କ ନେତୃତ୍ଵରେ ଏକ ଟିମ୍ ଲାଞ୍ଜିଗଡ ସହରକୁ ପ୍ରବେଶ କରି ବେଦାନ୍ତ କାରଖାନା ମୁଖ୍ୟ ଗେଟ୍ ଠାରୁ ବଳଭଦ୍ରପୁର ପର୍ଯ୍ୟନ୍ତ ତଦନ୍ତ କରିଥିଲା। ବିଶ୍ଵନାଥପୁର ଓ ଲାଞ୍ଜିଗଡ ସହରର ହୋଟେଲ ମାଲିକ ଓ ଦୋକାନୀ ମାନେ କୌଣସି ସୂତ୍ରରୁ ଖବର ପାଇ ଶିଶୁ ଶ୍ରମିକକୁ ହଟାଇ ଦେଇଥିଲେ। ହେଲେ ଶ୍ରମ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଲାଞ୍ଜିଗଡ ସହରର ବିଭିନ୍ନ ହୋଟେଲ ଓ ଦୋକାନକୁ ଯାଇ ଶିଶୁ ଶ୍ରମିକ ଉଚ୍ଛେଦକୁ ନେଇ ସଚେତନତା କରିବାସହିତ ୧୪ବର୍ଷ ରୁ କମ୍ ବୟସର ଶିଶୁଙ୍କୁ କାମରେ ନିୟୋଜିତ ନକରିବା, ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ଦୁଇରୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରା ଯିବାର ବ୍ୟବସ୍ଥା ଅଛି ବୋଲି ସହର ବାସୀଙ୍କୁ ସୁଚିତ କରାଇଥିଲେ। ଏହି ଶ୍ରମ ବିଭାଗର ଚଢ଼ାଉରେ ଶିଶୁ ସୁରକ୍ଷା ୟୁନିଟର ସୁଧାଂଶୁ ଶେଖର ମହାପାତ୍ର, ଚାଇଲ୍ଡ ହେଲ୍ପ ଲାଇନ୍ ଯୋଗେଶ ନାଏକ, ସନାତନ ମାଝୀ, ଜିଲ୍ଲା ସଂଯୋଯୋକ ବିପ୍ଳବ ପ୍ରଧାନ ପ୍ରମୁଖ ଚଢ଼ାଉରେ ସାମିଲ ଥିବା ବେଳେ ଲାଞ୍ଜିଗଡ ପୁଲିସ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

