ନ୍ୟୁଜ ଗ୍ୟାଲେରି,ଲାଞ୍ଜିଗଡ:(କୈଲାଶ ସାହୁ) ଦିନକୁ ଦିନ କଳାହାଣ୍ଡି ଜିଲ୍ଲାରେ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଲାଞ୍ଜିଗଡ଼ ସହରରେ ଜିଲ୍ଲା ଶ୍ରମ ବିଭାଗ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଚଢ଼ଉ କରାଯାଇଛି। ଲାଞ୍ଜିଗଡ଼ ସହରର ବିଭିନ୍ନ ଦୋକାନ ହୋଟେଲ ଓ ନିର୍ମାଣସ୍ଥଳୀରେ ଆଜି ଚଢ଼ଉ କରାଯାଇଥି ବାବେଳେ ଜଗନ୍ନାଥପୁର ଠାରେ ଏକ ନିର୍ମାଣସ୍ଥଳରେ ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି।
ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶି ଯାଇଥିଲା। ଶ୍ରମ ବିଭାଗର ଅତିରିକ୍ତ ଶ୍ରମ ଅଧିକାରୀ ଜିତମ୍ କୁମାର ମାଝୀଙ୍କ ନେତୃତ୍ଵରେ ଏକ ଟିମ୍ ଲାଞ୍ଜିଗଡ ସହରକୁ ପ୍ରବେଶ କରି ବେଦାନ୍ତ କାରଖାନା ମୁଖ୍ୟ ଗେଟ୍ ଠାରୁ ବଳଭଦ୍ରପୁର ପର୍ଯ୍ୟନ୍ତ ତଦନ୍ତ କରିଥିଲା। ବିଶ୍ଵନାଥପୁର ଓ ଲାଞ୍ଜିଗଡ ସହରର ହୋଟେଲ ମାଲିକ ଓ ଦୋକାନୀ ମାନେ କୌଣସି ସୂତ୍ରରୁ ଖବର ପାଇ ଶିଶୁ ଶ୍ରମିକକୁ ହଟାଇ ଦେଇଥିଲେ। ହେଲେ ଶ୍ରମ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଲାଞ୍ଜିଗଡ ସହରର ବିଭିନ୍ନ ହୋଟେଲ ଓ ଦୋକାନକୁ ଯାଇ ଶିଶୁ ଶ୍ରମିକ ଉଚ୍ଛେଦକୁ ନେଇ ସଚେତନତା କରିବାସହିତ ୧୪ବର୍ଷ ରୁ କମ୍ ବୟସର ଶିଶୁଙ୍କୁ କାମରେ ନିୟୋଜିତ ନକରିବା, ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ଦୁଇରୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରା ଯିବାର ବ୍ୟବସ୍ଥା ଅଛି ବୋଲି ସହର ବାସୀଙ୍କୁ ସୁଚିତ କରାଇଥିଲେ। ଏହି ଶ୍ରମ ବିଭାଗର ଚଢ଼ାଉରେ ଶିଶୁ ସୁରକ୍ଷା ୟୁନିଟର ସୁଧାଂଶୁ ଶେଖର ମହାପାତ୍ର, ଚାଇଲ୍ଡ ହେଲ୍ପ ଲାଇନ୍ ଯୋଗେଶ ନାଏକ, ସନାତନ ମାଝୀ, ଜିଲ୍ଲା ସଂଯୋଯୋକ ବିପ୍ଳବ ପ୍ରଧାନ ପ୍ରମୁଖ ଚଢ଼ାଉରେ ସାମିଲ ଥିବା ବେଳେ ଲାଞ୍ଜିଗଡ ପୁଲିସ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

