ରାଜନୈତିକ ଦଳକୁ ନେଇ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ବୈଠକ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିକୁ ନେଇ ତ୍ରୁଟିଶୂନ୍ୟ ସଂକ୍ଷିପ୍ତ ଭୋଟର ତାଲିକା କାର୍ଯ୍ୟକ୍ରମ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨୦.୦୮.୨୦୨୪ରୁ ଆରମ୍ଭ ହୋଇଥିବା ଓ ୧୮.୧୦.୨୦୨୪ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ବି. ଏଲ . ଓ ମାନେ ଘରକୁ ଘର ଯାଇ ଭୋଟର ତାଲିକାରେ ଆବଶ୍ୟକ ସଂଶୋଧନ ସହ ଫୋଟୋ ସମ୍ବନ୍ଧିତ କାର୍ଯ୍ୟକ୍ରମ କୁ ତଦାରଖ କରିବେ।ଆସନ୍ତା ୨୦୨୫ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ନୂତନ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ , ମୃତ୍ଯୁ ବରଣ କରିଥିବା ଭୋଟରଙ୍କ ନାମ ବାଦ , ଅନୁପସ୍ଥିତି ,ବିବାହ ଜନିତ ଅଦଳବଦଳ , ସଠିକ ଫୋଟୋ ଓ ଠିକଣା ସଂଶୋଧନ କରି ଆସନ୍ତା ୦୬.୦୧.୨୦୨୫ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ହେବ । ଏହା ବ୍ୟତୀତ ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ତାରିଖ ନିର୍ଦ୍ଧାରଣ କରି ଶିବିରର ଆୟୋଜନ ମଧ୍ୟ କରାଯିବ ଓ ଆପତ୍ତି ଅଭିଯୋଗ ଥିଲେ ୨୯.୧୦.୨୦୨୪ ରୁ ୨୮.୧୧.୨୦୨୪ ମଧ୍ୟରେ ଏହା ଗ୍ରହଣ ହେବ । ପ୍ରକାଶ ଥାଉ କି କଳାହାଣ୍ଡି ଜିଲ୍ଲାରେ ତଥ୍ୟ ଅନୁସାରେ ୫ ଟି ନିର୍ବାଚନ ମଣ୍ଡଳୀ ରେ ମୋଟ ୧୪୧୦ ଟି ପୋଲିଂ ବୁଥ ସହ ୩୦.୦୮.୨୦୨୪ ପର୍ଯ୍ୟନ୍ତ ୧୨୦୯୦୦୭ ଜଣ ଭୋଟର ତାଲିକାଭୁକ୍ତ ଅଛନ୍ତି ଓ ଏଥିରୁ ୬୦୬୦୬୨ ଜଣ ପୁରୁଷ , ୬୦୨୮୭୭ ଜଣ ମହିଳା ଓ ୬୦୨୮୭୭ ଜଣ ମହିଳା ଓ ୬୮ ଜଣ ତୃତୀୟ ଲିଙ୍ଗ ଅଟନ୍ତି । ୧୮ ବର୍ଷ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି । ସୁସ୍ଥ ଗଣତନ୍ତ୍ର ପାଇଁ ନିର୍ଭୁଲ ଭୋଟର ତାଲିକା କେତେ ଜରୁରୀ ତାହା ଉପରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳ ର ସହଯୋଗକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ରୂପେ ବିଜେପି ଦଳରୁ ଜୟ ଶଙ୍କର ନାଏକ , ବିଜେଡ଼ି ଦଳରୁ ଭବାନୀ ଶଙ୍କର ନିଆଲ , ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଉତ୍ସବ ସାହୁ , ଆମ ଆଦମି ପାର୍ଟି ରୁ ସତ୍ୟ ନାରାୟଣ ମାହାର , ବହୁଜନ ସମାଜ ପାର୍ଟି ରୁ ସୟଦ ହନିଫ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ରୁ ନବ ପଟ୍ଟନାୟକ ଙ୍କ ସହ ଭାରପ୍ରାପ୍ତ ଉପଜିଲ୍ଲାପାଳ,ଭବାନୀପାଟଣା ଜୟଦେବ ଦାସ,ଡେପୁଟି କଲେକ୍ଟର ( ନିର୍ବାଚନ ) ଚନ୍ଦ୍ରହାସ୍ୟ ମହାନନ୍ଦିଆ , ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ( ସେଭିଙ୍ଗ ଓ ଫାଇନାନ୍ସିଆଲ ) ବିବେକାନନ୍ଦ ମହାନନ୍ଦ , ଡି.ଆଇ.ପି.ଆର.ଓ ମନୋଜ ବେହେରା , ସହକାରୀ ଜିଲ୍ଲାପାଳ ( ଉପ ଜିଲ୍ଲାପାଳ ) ପ୍ରିୟ ରଞ୍ଜନ ସେଠ ଙ୍କ ସହ ନିର୍ବାଚନ ଶାଖା ର କର୍ମଚାରୀବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।