ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ଫାଟକରେ ପି ଏପି ଏଲ କମ୍ପାନୀ କର୍ମଚାରୀ ଙ୍କୁ ଅଟକାଇଲେ ସ୍ଥାନୀୟ ବିସ୍ଥାପିତ ଲୋକେ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:(କୈଲାଶ ସାହୁ) ପିଏପିଏଲ କମ୍ପାନୀ କର୍ମଚାରୀଙ୍କୁ ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ଫାଟକରେ ଅଟକାଇଲେ ସ୍ଥାନୀୟ ବିସ୍ଥାପିତ ଲୋକେ ।ଜମି ଗଲା,ବାସହରା ହେଲେ, ଲୋକେ କମ୍ପାନୀକୁ ବିଶ୍ବାସ କଲେ କିନ୍ତୁ କମ୍ପାନୀ ବିଶ୍ବାସରେ ବିଷ ଦେଇ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଳିଛି । ଯେତେବେଳେ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରାଗଲା।ସେତେବେଳ ଲୋକଙ୍କୁ ବୁଝାସୁଝା କରି ଶାଗ ମାଛ ଦରରେ କିଣି ନେଲା କମ୍ପାନୀ ଓ କମ୍ପାନୀ ଠାରେ ନିଯୁକ୍ତି ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବହୁତ ପ୍ରତିକ୍ଷିତ ବେଦାନ୍ତ କମ୍ପାନୀ । ସର୍ତ୍ତ ଥିଲା ସିଧାସଳଖ ବେଦାନ୍ତ କମ୍ପାନୀ ରେ ନିଯୁକ୍ତି ନଦେଇ ଏକ ସହଯୋଗୀ କମ୍ପାନୀ ଠାରେ ତାହା ପୁଣି ମେଣ୍ଟେନେସ୍ ରେ ନିଯୁକ୍ତି ଦେବାକୁ । ତାହା ମଧ୍ୟ ଗ୍ରହଣ କରିନେଲେ ଲୋକେ। ବେଦାନ୍ତ କମ୍ପାନୀର ସହଯୋଗୀ କମ୍ପାନୀ ପିଏପିଏଲ କମ୍ପାନୀ ରେ ବିସ୍ଥାପିତ ପରିବାରଙ୍କୁ କମିଶନିଙ୍ଗ ଭାବେ ନିଯୁକ୍ତି ଦେଇ ନିଯୁକ୍ତିର ଅଢେଇ ବର୍ଷ ପରେ ସେମାନଙ୍କୁ ମେଣ୍ଟେନେସରେ ସ୍ଥାୟୀ ନିଯୁକ୍ତି ଦେବାକୁ କଥା ଥିଲା।ହେଲେ ପିଏପିଏଲ କମ୍ପାନୀ ଠାରେ ଅଢେଇ ବର୍ଷ ପରେ କମିସୁନିଙ୍ଗ ରେ କାମ କରିବା ପରେ ମେଣ୍ଟେନାନ୍ସ ପରିବର୍ତ୍ତେ ପୁଣି କମିସୁନିଙ୍ଗରେ କାମ କରିବା ବାଧ୍ୟ କରୁଥିବା ବେଳେ ଏହାକୁ ନେଇ କମ୍ପାନୀ କତ୍ରୃପକ୍ଷଙ୍କୁ ଅବଗତ କରାଯାଇଥିଲା। ହେଲେ କାର୍ଯ୍ୟ ଥିଲା ଶୁନ। ପିଏପିଏଲ କମ୍ପାନୀ ବିସ୍ଥାପିତ ମାନଙ୍କୁ କମ ଦରମାରେ କାମ କରାଉଥିବା ବେଳେ ସେହି କାମକୁ ଅନ୍ୟ ଜିଲ୍ଲାର ଲୋକ ମାନଙ୍କୁ ଆଣି ଅଧିକ ଦରମାରେ କାମ କରାଉଥିବା ଭଳି ଅଭିଯୋଗ ନେଇ ପିଏପିଏଲ କମ୍ପାନୀକୁ ବିରୋଧ କରି କମ୍ପାନୀ କର୍ମଚାରୀ ମାନଙ୍କୁ ବେଦାନ୍ତ କମ୍ପାନୀ ଭିତରକୁ ପଶିବାକୁ ନ ଦେଇ ବେଦାନ୍ତ ଫାଟକରେ ଅଟକାଇ ରଖିଥିଲେ। ଲାଞ୍ଜିଗଡ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି କମ୍ପାନୀ କତୃପକ୍ଷ ଓ ବିରୋଧୀ ମାନଙ୍କୁ ଡାକି ବୁଝା ସୁଝା କରିବା ପରେ ସମାଧାନ ହୋଇଥିଲା ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts