ବିକାଶ ଆବାସିକ ବିଦ୍ୟାଳୟ ସମ୍ବଲପୁରୀ ବୃହତ ନୃତ୍ୟ ଇଣ୍ଡିଆ ବୁକ ଅଫ ରେକର୍ଡସ ରେ ସ୍ଥାନିତ

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:(ରଜନୀକାନ୍ତ ମିଶ୍ର) କିର୍ତ୍ତି ଅର୍ଜନ କଲା ବୃହତ ସମ୍ବଲପୁରୀ ନୃତ୍ୟ ପାଇଁ ଜାତୀୟ ସ୍ତରରେ ସମ୍ମାନିତହେଲା ଭବାନୀପାଟଣା ବିକାଶ କଲେଜ। ବିଦ୍ୟାଳୟରେ ଚଳିତ ବର୍ଷ ଅଗଷ୍ଟ ୧ ତାରିଖ “ସମ୍ବଲପୁରୀ ଦିନ ” ପାଳନ ଅବସରରେ ବିଦ୍ୟାଳୟ ର ତିନିଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଙ୍କୁ ନେଇ ସାମୁହିକ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ଏବଂ କାର୍ଯ୍ୟକ୍ରମକୁ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍” ରେ ସ୍ଥାନିତ କରିବା ପାଇଁ ପଠାଯାଇଥିଲା ।ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ବିକାଶ ଆବାସିକ ବିଦ୍ୟାଳୟ ତରଫରୁ ଏକ ଭବ୍ୟକାର୍ଯ୍ୟକ୍ରମର ଆୟୋଜନ କରାଯାଇ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ” ର ପ୍ରତିନିଧି ଙ୍କ ଦ୍ଵାରା କାର୍ଯ୍ୟକ୍ରମଟି ” ଇଣ୍ଡିଆ ଵୁକ୍ ଅଫ ରେକର୍ଡ” ରେ ସ୍ଥାନିତ ହେବଘୋଷଣା କରାଯାଇଥିବାରୁ ଭବାନୀପାଟଣା ସ୍ଥିତକାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷବିତ୍ ଡ଼.ଅଜୟ ମିଶ୍ର ଅବସର ପ୍ରାପ୍ତ ଅଧ୍ୟକ୍ଷ ସରକାରୀ ମହିଳା ମହାବିଦ୍ୟାଳୟ ଭବାନୀପାଟଣା, ଡ଼.ପରମେଶ୍ୱର ମୁଣ୍ଡ ଅଧ୍ୟକ୍ଷ ସାନ୍ଧ୍ୟ ମହାବିଦ୍ୟାଳୟ,ଭବାନୀପାଟଣା ଡ଼.ବିଭୁତି ବାରିକ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ର ପ୍ରତିନିଧି ,ଡି.ଶ୍ୟାମ ନିର୍ଦ୍ଦେଶକ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ,ଓଡ଼ିଶା ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର, ଶିକ୍ଷା ପ୍ରଭାରୀ ଡ଼ି.ବିଜୟା , ପରିଚାଳନା ମଣ୍ଡଳୀ ସଦସ୍ୟା ଡ଼ି. ପଦ୍ମିନୀ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ , କଣ୍ଟାବାଞ୍ଜି ଅଧ୍ୟକ୍ଷ ବିଶ୍ବରଂଜନ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ସ୍ବାଗତ ବକ୍ଟବ୍ୟ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଡ଼.ଅଜୟ ମିଶ୍ର ଅଗଷ୍ଟ ୧ତାରିଖରେ ଅନୁଷ୍ଠିତ ହୋଇଥିବା ଉତ୍ସବର ର ସ୍ମୃତି ଚାରଣ କରିଥିଲେ। ଅଧ୍ୟକ୍ଷ ଡ଼. ପରମେଶ୍ୱର ମୁଣ୍ଡ କଳାହାଣ୍ଡିର ଉତ୍କୃଷ୍ଟ କଳାକୁ ଆଗାମୀ ଦିନରେ ବିଶ୍ଵ ଦରବାରରେ ଉପସ୍ଥାପନ କରିବା ନେଇ ମତ ପ୍ରଦାନ କରିଥିଲେ। ଶିକ୍ଷା ପ୍ରଭାରୀ ଡି.ବିଜୟା ଏବଂ ନିର୍ଦ୍ଦେଶକ ଡି.ରାମ କୁମାର ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ କିପରି କଠୋର ପରିଶ୍ରମ କରିଛନ୍ତି ତାହା ଦର୍ଶାଇବା ସହ ତାହାର ଫଳ ଆଜି ପ୍ରାପ୍ତ ହୋଇଛି ବୋଲି ପ୍ରକାଶ କରିଥିଲେ। ପୁନର୍ବାର ଉକ୍ତ ଦିନର ନୃତ୍ୟ ଓ ସଙ୍ଗୀତ କୁ ସର୍ବ ସମ୍ମୁଖରେ ପରିବେଷଣ କରାଯାଇଥିଲା । ଏହାପରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ର ପ୍ରତିନିଧିଙ୍କ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା । ପରେପରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ର ପ୍ରତିନିଧି ଡ଼.ବିଭୂତି ବାରିକ, ସଙ୍ଗୀତ ଶିକ୍ଷକ ଗଣେଶ ପୃଷ୍ଟି , ନୃତ୍ୟ ଗୁରୁ ଶତାବ୍ଦୀ ନାୟକ ଓ ସିଦ୍ଧେଶ୍ଵର ବେହେରା ଙ୍କୁ ଉପଢ଼ୌକନ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।ଶେଷରେ ରିଙ୍କି ଶୁକ୍ଳା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଅନୁଷ୍ଠାନରେ ଖୁସିର ଲହରୀ ଖେଳିଯାଇଛି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts