ନ୍ୟୁଜ ଗ୍ୟାଲେରି,ଭବାନିପାଟଣା:ମା ମାଣିକେଶ୍ଵରୀ ଙ୍କ ଛତ୍ର ଭବାନୀପାଟଣା ସହର ଉପକଣ୍ଠସ୍ଥ ଜେନାଖାଲ ଠାରେ ରୀତିନୀତି ଅନୁଯାୟୀ ସନ୍ଧି ପୁଜା ପରେ ମା ଙ୍କ ଛତର ଦୀର୍ଘ ଚାରି କିଲୋମିଟର ଯାତ୍ରା କରିଥିଲେ । ସକାଳ ୬ ଟା ରୁ ଛତ୍ର ଜେନାଖାଲ ରୁ ବାହାରି ୧୨ ଘଣ୍ଟା ସମୟରେ ମା ମାଣିକେଶ୍ଵରୀ ମନ୍ଦିର ରେ ପ୍ରବେଶ କରିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ମା ଜେନାଖାଲ ରୁ ବାହାରିବା ପୁର୍ବରୁ ଘୁମୁରା ଟ୍ରୁପ, ଘଣ୍ଟ ଦଳ, ନିଶାନ ବାଦ୍ଯ ସହ ବିଭିନ୍ନ ପ୍ରକାରର ନୃତ୍ୟ ଦଳ ମା ଙ୍କୁ ପାଛୋଟି ନେଇଥିଲେ।
ମା ଙ୍କ ପରେ ପରେ ଅଗ୍ନି ସେବା ବାହିନୀ, ପୁଲିସ ଓ ଆମ୍ବୁଲାନ୍ସ ଦଳ ନିୟୋଜିତ ଥିଲେ ।ମା ଙ୍କ ଛତ୍ର ଯାତ୍ରା ସମୟରେ ୪ କିମି ରାସ୍ତାର ଉଭୟପାର୍ଶ୍ବରେ ୫ ଲକ୍ଷ ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଭିଡ ଥିଲା।କେବଳ କଳହାଣ୍ଡି ଜିଲ୍ଲାର ଭକ୍ତ ନୁହନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ଛତିଶଗଡ, ଆନ୍ଧ୍ରପ୍ରଦେଶ ରୁ ବି ଭକ୍ତ ମାନେ ଅଂଶଗ୍ରହଣ କରିଥିଲେ। ରାସ୍ତାର ଉଭୟପାର୍ଶ୍ବରେ ମାନସିକଧାରୀ ମାନେ ଛେଳି, ବୋଦା, କୁକୁଡା ବଳି ଦେଇ ରାସ୍ତାକଡ ରକ୍ତ ରଂଜିତ ହୋଇଥିଲା। ଅନେକ ମାନସିକଧାରୀ ଛତ୍ର ଙ୍କ ଉପରକୁ ପାରା ଉଡାଇ ଦେଉଥିଲେ। ସହର ର ଉଭୟ କଡରେ ଥିବା କୋଠାବାଡି ରେ ଛଢି ହୋଇ ଭକ୍ତ ମାନେ ମା ଙ୍କୁ ଅପେକ୍ଷାରେ ଥିଲେ। ୫ ହାଜର ରୁ ଉର୍ଦ୍ଧ ଛେଳି ବୋଦା ଓ ୧୦ ହାଜର ରୁ ଅଧିକ କୁକୁଡା ବଳି ପଡିଥିବା ଜଣା ଯାଇଛି ।ଜେନାଖାଲ ରୁ ଜେଲ ଛକ ପର୍ଯ୍ୟନ୍ତ ଛତ୍ର ଆସିବା ପାଇଁ ୪ ଘଣ୍ଟା ସମୟ ନେଇଥିବାବେଳେ ଜେଲ ଛକ ପରେ ଘୋଡାଘାଟ ପର୍ୟ୍ୟନ୍ତ ଅଧଘଣ୍ଟା ରେ ମା ପହଂଚି ଥିଲେ।ଘୋଡାଘାଟ ରୁ ମନ୍ଦିର ପର୍ୟ୍ୟନ୍ତ ଏକ ଘଣ୍ଟାରେ ପହଞ୍ଚି ରୀତିନୀତି ପରେ ପ୍ରବେଶ କରାଯାଇଥିଲା। ବିଚାର ଧିନ କଏଦୀ ମାନେ ମା ଙ୍କ ଦର୍ଶନ ପାଇଁ ଜେଲ ର ମୁଖ୍ୟ ଦ୍ୱାର ଅଧଘଣ୍ଟା ପାଇଁ ଖୋଲା ଯାଇ ସେମାନେ ମା ଙ୍କୁ ଦର୍ଶନ କରିଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

