ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରଥମ ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର By Hemant Kumar Ray August 1, 2023August 1, 2023 0 minutes, 0 seconds Read 410 ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରଥମ ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଶଲ୍ୟ ବିଶେଷଜ୍ଞ ଡ଼ଃ. ସୁନୀଲ କୁମାର କର ଏହି ଅସ୍ତ୍ରୋପଚାର କରିଛନ୍ତି। ଗତବର୍ଷ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ରାଜ୍ୟ ରୁ ପ୍ରଫେସର ଆସି ଭବାନୀପାଟଣା ମୁଖ୍ୟ ଚିକିତ୍ସା ରେ ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର କରିଥିଲେ। ବର୍ତ୍ତମାନ ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଜସ୍ଵ ଡାକ୍ତରଙ୍କ ଦ୍ଵାରା ଜଣେ ମହିଳା ରୋଗୀଙ୍କ ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଗିରିଶ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି। ଏହା ଆରମ୍ଭ ମାତ୍ର ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆହୁରି ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର ନିମନ୍ତେ ପ୍ରସ୍ତୁତ ହେଉଛୁ। ଡାକ୍ତର ଅଭାବ ସମସ୍ୟା ଜିଲ୍ଲାରେ ରହିଛି। ତେବେ ଆମ ପାଖରେ ଉପଲବ୍ଧ ଡାକ୍ତର ମାନଙ୍କ ଦ୍ୱାରା ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିରନ୍ତର ପ୍ରୟାସ ଜାରି ରଖିବୁ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର କରିଥିବା ଡ଼ଃ.ସୁନୀଲ କୁମାର କର କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟରେ ଅସ୍ତ୍ରୋପଚାର ନିମନ୍ତେ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି ଏବଂ ଆମେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିଶ୍ଚୟ ଉଦ୍ୟମ କରିବୁ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ସହକର୍ମୀ ମାନେ ଏହି ଅସ୍ତ୍ରୋପଚାର ନିମନ୍ତେ ବହୁତ ପ୍ରୋତ୍ସାହିତ କରିଛନ୍ତି ବୋଲି ଡାକ୍ତର କର ପ୍ରକାଶ କରିଛନ୍ତି। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ବିକଶିତ ଗାଁ ବିକଶିତ ଓଡିଶା ର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ By Hemant Kumar Ray February 5, 2025February 5, 2025
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ କଳାହାଣ୍ଡି ଉତ୍ସବ ଘୁମୁରା୨୦୨୪ର ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ଝୁମିଲେ ଦର୍ଶକ By Hemant Kumar Ray January 17, 2024January 17, 2024