ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପୋଲିସ ମାଜିଷ୍ଟେଟ ସ୍ୱମନ୍ନୟ ତଥା ବିଭାଗୀୟ ସ୍କୁଆଡ ଟିମ୍ ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ତ୍ରିଲୋଚନ ପାତ୍ର, ସି ଡି ଓ , ଜିଲ୍ଲାପରିଷଦ ଦୟାମୟ ପାଢ଼ୀ,ଧର୍ମଗଡ ଉପଜିଲ୍ଲାପାଳ ଧିମନ ଚକମା, ଉପ ଜିଲ୍ଲାପାଳ ବିଶ୍ୱଜିତ ଦାସଙ୍କ ସମେତ ଏସ ଡି ପି ଓ,ସମସ୍ତ ତହସିଲଦାର, ସମସ୍ତ ଥାନା ଅଧିକାରୀ,ଅବକାରୀ କ୍ଷେତ୍ର ଅଧିକାରୀ, ଜି ଏସ ଟି ଅଧିକାରୀ, ଆୟକର ବିଭାଗ ଅଧିକାରୀ, ଜଙ୍ଗଲ ବିଭାଗ ଅଧିକାରୀ, ସରକାରୀ ଓକିଲ,ଆର୍ ଟି ଓ, ଡି ଆଇ ପି ଆର୍ ଓ,ନିର୍ବାଚନ ସଂଯୁକ୍ତ ଅଧିକାରୀ ଉପସ୍ଥିତ ଥିଲେ।ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲାରେ ନିର୍ବାଚନ ପୂର୍ବରୁ ସି ଆର୍ ପି ସି ୧୦୭ ଏବଂ ୧୧୦ ଧାରା ଅନୁଯାୟୀ ଶାନ୍ତି ଶୃଙ୍ଖଳା ପାଇଁ ବିଶୃଙ୍ଖଳାକାରୀ ଙ୍କ ବିରୁଦ୍ଧରେ ନୋଟିସ ଜାରି ସହ ଅସାମାଜିକ ତତ୍ତ୍ଵ ମାନଂକ ବିରୋଧରେ ଫର୍ଦ୍ଦ ଦାଖଲ, ଚିହ୍ନଟ କରି ପଦକ୍ଷେପ ନେବାକୁ ଉଭୟ ଆଇ ଆଇ ସି ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସମ୍ବେଦନଶୀଳ ବୁଥମାନଙ୍କରେ ୱେବକାଷ୍ଟିଂ ଓ ସୁରକ୍ଷା ଫୋର୍ସ ମୃତୟନ ଉପରେ ଆଲୋଚନା ହୋଇଥିଲା।ଜିଲ୍ଲାରେ ଅବାଧ ମଦ, ନିଶାଦ୍ରବ୍ୟ, ଗଞ୍ଜେଇ କାରବାରକୁ ରୋକିବାକୁ ଅଧିକ ଜବତ, ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଜୋରିମାନା ଆଦାୟ କୁ ଅଧିକ ତ୍ଵରାନିତ କରିବାକୁ ଅବକାରୀ ଅଧୀକ୍ଷକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ନିର୍ବାଚନ ବାତାବରଣକୁ ଅବାଧ ଓ ସ୍ୱଚ୍ଛ ରଖିବା ପାଇଁ ସମସ୍ତ ତହସିଲଦାର ପୋଲିସ ସହ ସମନ୍ନୟ ରଖି ବେଆଇନ ମଦ ବିକ୍ରି କରୁଥିବା ପାନ, କିରାନା ଦୋକାନୀ, ଢ଼ାବା ମାଲିକଙ୍କୁ ଗିରଫ ଓ ଦୋକାନ ସିଲ୍ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଅବକାରୀ, ଜି ଏସ ଟି, ଆୟକର, ଜଙ୍ଗଲ ବିଭାଗ ର ଟିମ୍ ଦ୍ଵାରା ଧରପଗଡ ଓ ଜୋରିମାନା ଆଦାୟ ଉପରେ ପୁଙ୍ଖାନୁପୁଙ୍ଖ ପଚାରି ସମୀକ୍ଷା କରିଥିଲେ। ହେଲମେଟ ଚେକିଂ, ମଦ ପିଇ ଗାଡ଼ି ଚଳାଇବା, ଅଧିକ ଗତିକୁ ରୋକିବା ଓ ଜୋରିମାନା ଆଦାୟ ପାଇଁ ଆର୍ ଟି ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଆରକ୍ଷୀ ଅଧିକ୍ଷକ ସମସ୍ତ ଥାନାମାନଙ୍କୁ ନିଜ ଟିମ୍ ସହ ଦିନ ରାତି ସଜାଗ ରହି ଚେକ୍ ପୋଷ୍ଟ ଓ ଅନ୍ୟ ସ୍ଥାନ ମାନଙ୍କରେ ଅବୈଧ କାରବାର କୁ ରୋକିବା ଓ ଦୋଷୀଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ଧରପଗଡ ଟିମ୍ ସଜାଗ ହେଲେ ସ୍ୱଚ୍ଛ ନିର୍ବାଚନ ବାତାବରଣ ସୃଷ୍ଟି ହେବ ଏବଂ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କାର୍ଯ୍ୟ ସମାପନ ହେବ ବୋଲି ଜିଲ୍ଲାପାଳ କହିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

