ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଯୁବନେତା ରୋହିତ ଦୁର୍ଗା ନିଜ ସମର୍ଥକ ଙ୍କ ସହ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଜିଲ୍ଲା ସଭାପତି ଙ୍କୁ ପ୍ରଦାନ କରିଛନ୍ତି। ବିସ୍ଥାପିତ ଦୋକାନୀ ସଂଘ ସଭାପତି ରୋହିତ ଦୁର୍ଗା ବିଭିନ୍ନ ଜନହିତକର କାର୍ଯ୍ୟରେ ଏବଂ ଭବାନୀପାଟଣା ସହରର ବିଭିନ୍ନ କାର୍ଯ୍ୟ ରେ ଲିପ୍ତ ଥିଲେ।
ଚଳିତ ନିର୍ବାଚନ ରେ ସେ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ। ଦଳ ତାଙ୍କ ବଦଳ ରେ ପ୍ରଦୀପ୍ତ କୁମାର ନାୟକଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି। ଏଥିରେ ଅସନ୍ତୁଷ୍ଟ ରୋହିତ ଦୁର୍ଗା ଆଜି ସ୍ଥାନୀୟ ଭାଗିରଥି ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଏଣୁ ତାଙ୍କ ଇସ୍ତଫା ଜିଲ୍ଲା ବିଜେପି ପାଇଁ ଏକ ଶକ୍ତ ଝଟକା ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

