ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଯୁବନେତା ରୋହିତ ଦୁର୍ଗା ନିଜ ସମର୍ଥକ ଙ୍କ ସହ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଜିଲ୍ଲା ସଭାପତି ଙ୍କୁ ପ୍ରଦାନ କରିଛନ୍ତି। ବିସ୍ଥାପିତ ଦୋକାନୀ ସଂଘ ସଭାପତି ରୋହିତ ଦୁର୍ଗା ବିଭିନ୍ନ ଜନହିତକର କାର୍ଯ୍ୟରେ ଏବଂ ଭବାନୀପାଟଣା ସହରର ବିଭିନ୍ନ କାର୍ଯ୍ୟ ରେ ଲିପ୍ତ ଥିଲେ।
ଚଳିତ ନିର୍ବାଚନ ରେ ସେ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ। ଦଳ ତାଙ୍କ ବଦଳ ରେ ପ୍ରଦୀପ୍ତ କୁମାର ନାୟକଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି। ଏଥିରେ ଅସନ୍ତୁଷ୍ଟ ରୋହିତ ଦୁର୍ଗା ଆଜି ସ୍ଥାନୀୟ ଭାଗିରଥି ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଏଣୁ ତାଙ୍କ ଇସ୍ତଫା ଜିଲ୍ଲା ବିଜେପି ପାଇଁ ଏକ ଶକ୍ତ ଝଟକା ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

