ନ୍ୟୁଜ ଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାୟକ ନିଜ ନିର୍ବାଚନ ମଣ୍ଡଳୀ ଏବଂ ବିଜେପି କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ମାଳବିକା କେଶରୀ ଦେଓ ମଇଦାନକୁ ଓହ୍ଲାଇଛନ୍ତି। କେସିଙ୍ଗା ଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ୩୫ କି.ମି ଏକ ବିଶାଳ ବାଇକ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିବା ସହିତ କେସିଙ୍ଗା ନୂଆବସଷ୍ଟାଣ୍ଡଠାରୁ ପ୍ରଦୀପ୍ତ ନାୟକ ଓ ମାଳବିକା କେଶରୀ ଦେଓଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସମେତ ସ୍ଥାନୀୟ ଲୋକେ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ କରିଥିଲେ ।

ଏହି ମୋଟର ସାଇକେଲ ରାଲୀରେ ମା’ ଅମ୍ବାଜି ମନ୍ଦିର ଯାଇ ମାଙ୍କ ଦର୍ଶନ କରିଥିଲେ। ପରେ କେସିଙ୍ଗା ସହର ପରିକ୍ରମା କରି ବାଇକ ରାଲିରେ ଭବାନୀପାଟଣା ଗାନ୍ଧି ଛକ ଠାରେ ସାଧାରଣ ସଭା ରେ ଯୋଗ ଦେଇଥିଲେ।ଏହି ସାଧାରଣ ସଭା ରେ ବିକଶିତ ଭାରତ, ବିକଶିତ ଓଡିଶା ଗଠନ ଓ ଡବଲ ଇଞ୍ଜିନ ସରକାର ପାଇଁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ରେ ଏବଂ ଲୋକସଭା ପ୍ରାର୍ଥୀନୀ ଙ୍କୁ ପୁଣି ଥରେ ବିଜେପିକୁ ସୁଯୋଗ ଦେବା ପାଇଁ ନିବେଦନ କରିଛନ୍ତି।ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଭାରତୀୟ ଜନତା ପାର୍ଟି ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ,ଭାବେନ୍ଦ୍ର ପଣ୍ଡା,ଜିଲ୍ଲା ସମ୍ପାଦକ ଜୟସଙ୍କର ନାଏକ,ଭଣ୍ଡେଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲା।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

