ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ରେଡ଼କ୍ରସ କଲ୍ୟାଣୀ ମଣ୍ଡପ ଠାରେ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ଭବାନୀପାଟଣା ଟାଉନ ସଭାପତି ସନ୍ତୋଷ କୁମାର ବିଶି ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କଳାହାଣ୍ଡି ଜିଲ୍ଲା ବିଜେପି ଲୋକସଭା ପ୍ରାର୍ଥୀନୀ ରାଜ ପରିବାର ରୁ ମାଳବିକା କେଶରୀ ଦେଓ,ପୂର୍ବତନ ସାଂସଦ ଅର୍କକେଶରୀ ଦେଓ,ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ସମାଜ ସେବୀ ଭାରତ ଦେଓ ମଞ୍ଚସିନ ରହିଥିଲେ।
ଭାରତୀୟ ଜନତା ପାର୍ଟି ସାଧାରଣ ନିର୍ବାଚନରେ ଲୋକସଭା ପ୍ରାର୍ଥୀନୀ ଏବଂ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଲୋକସଭା ଆସନରୁ ରାଜ ପରିବାର ରୁ ମାଳବିକା କେଶରୀ ଦେଓ ଙ୍କୁ ପ୍ରାର୍ଥୀନୀ ଭାବେ ଘୋଷଣା କରିଥିବାରୁ ଟାଉନ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଆଗାମୀ ନିର୍ବାଚନରେ କିପରି ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ମାନଙ୍କୁ ଅଧିକ ରୁ ଅଧିକ ବହୁମାତ୍ରାରେ ଭୋଟ୍ ଦେଇ ବିଜୟ ଲାଭ କରାଯିବ ତାକୁନେଇ ଏହି ନିର୍ବାଚନ ପ୍ରସ୍ତୁତି ବୈଠକ ରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବରିଷ୍ଠ କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଲୋକସଭା ପ୍ରାର୍ଥୀନୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଯୁବ ମୂର୍ଚ୍ଚା ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ଜଗବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

