ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଧ୍ୟାନ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ପାଚିକା ସହାୟିକା ମାନେ ଆଠ ଦଫା ଦାବି ପତ୍ର କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଠାରେ ପ୍ରଦାନ କରିଥିଲେ।
ଏହି ଆଠ ଦଫା ମାନଙ୍କ ମଧ୍ୟରୁ ମଧ୍ୟାନ୍ନ ଭୋଜନ କର୍ମୀ ମାନଙ୍କୁ ଶିକ୍ଷା ବିଭାଗ ର କର୍ମୀ ଭାବେ ଘୋଷଣା କରାଯାଉ,ମଧ୍ୟାନ୍ନ ଭୋଜନ କର୍ମୀ ମାନଙ୍କୁ ବର୍ଷକୁ୧୦ମାସ ପରିବର୍ତ୍ତେ ୧୨ମାସର ଦରମା ଦିଆଯାଉ,ମଧ୍ୟାନ୍ନ ଭୋଜନ ଯୋଜନାକୁ ଘରୋଇ କରଣ ବନ୍ଦ କରାଯାଉ ଏଭଳି ଆଠ ଦଫା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସଂଘ ସାଧାରଣ ସମ୍ପାଦିକା ଦେବକୀ ଶବର, ଥୁଆମୁଳ ରାମପୁର ବ୍ଲକ ପ୍ରତିନିଧି ସୌଦାମିନୀ ନାଏକ,କଲମ ପୁର ବ୍ଲକ ପ୍ରତିନିଧି ରସିକ ମାଝୀ, ଜୁନାଗଡ଼ ବ୍ଲକ ପ୍ରତିନିଧି ଗୁଣ୍ଡିଚା ଭାଟି, ଭବାନୀପାଟଣା ଟାଉନ ପ୍ରତିନିଧି ଅମ୍ବିକା ମାଝୀ, ସଦର ବ୍ଲକ ପ୍ରତିନିଧି ସୁଶୀଲା ଗଉଡ ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

