ଭବାନୀପାଟଣା:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା କ୍ଷେତ୍ରୀୟ ପାଇକ ସମାଜ ପୂର୍ବ ମଣ୍ଡଳର ମଣ୍ଡଳ ସ୍ତରୀୟ ବୈଠକ ଭବାନୀପାଟଣା ସ୍ଥିତ ମେରେଜ ପେଲେସ ଠାରେ ଉପକୁଳପତି ଭୈରବ ପ୍ରସାଦ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ମଣ୍ଡଳ ସ୍ତରୀୟ ବୈଠକରେ ପୂର୍ବତନ କୁଳପତି ଭବାନୀଶଙ୍କର ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ କୁଳାଧକ୍ଷ ଚନ୍ଦ୍ର ପେସନୀଆ ଓ ମୁଖ୍ୟ ବକ୍ତା ଭାବେ ପୂର୍ବ ମଣ୍ଡଳ କୁଳପତି ପ୍ରଦୀପ ଘଡେଇ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମ କୁ ଉପକୂଳପତି ଭୈରବ ପ୍ରସାଦ ନାୟକ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ।ବୈଠକ ରେ କ୍ଷେତ୍ରୀୟ ପାଇକ ସମାଜର ଉର୍ନ୍ନତି ସମ୍ପର୍କ ରେ ଆଲୋଚନା କରିଥିଲେ । ଭବାନୀପାଟଣା ଉପ ମଣ୍ଡଳ ସମ୍ପାଦକ ହେମନ୍ତ କୁମାର ରାୟ ଧନ୍ୟବାଦ ପ୍ରଦାନ କରିଥିଲେ । ସମାଜ କଲ୍ୟାଣ ପାଇଁ ଆଗାମୀ ଦିନରେ ମହାସଭା କାର୍ଯ୍ୟକ୍ରମ ଥିବାରୁ ଏହି ସଭାରେ ବିଶୃତ ଆଲୋଚନା କରାଯାଇଥିଲା ।ସଭାକୁ ପରିଚାଳନା କରିଥିଲେ ଶିକ୍ଷକ ଅଶ୍ୱନି କୁମାର ରାଉତ ଅନ୍ୟ ମାନଙ୍କ ମଧ୍ୟରେ ଗଗନ କେଶରୀ ନାୟକ,ଶ୍ରୀବତ୍ସ ନାୟକ, ସମ୍ପାଦକ ବାସୁଦେବ ପ୍ରଧାନୀ, ସମେତ କ୍ଷେତ୍ରୀୟ ପାଇକ ସମାଜର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

