ଭବାନୀପାଟଣା:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା କ୍ଷେତ୍ରୀୟ ପାଇକ ସମାଜ ପୂର୍ବ ମଣ୍ଡଳର ମଣ୍ଡଳ ସ୍ତରୀୟ ବୈଠକ ଭବାନୀପାଟଣା ସ୍ଥିତ ମେରେଜ ପେଲେସ ଠାରେ ଉପକୁଳପତି ଭୈରବ ପ୍ରସାଦ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ମଣ୍ଡଳ ସ୍ତରୀୟ ବୈଠକରେ ପୂର୍ବତନ କୁଳପତି ଭବାନୀଶଙ୍କର ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ କୁଳାଧକ୍ଷ ଚନ୍ଦ୍ର ପେସନୀଆ ଓ ମୁଖ୍ୟ ବକ୍ତା ଭାବେ ପୂର୍ବ ମଣ୍ଡଳ କୁଳପତି ପ୍ରଦୀପ ଘଡେଇ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମ କୁ ଉପକୂଳପତି ଭୈରବ ପ୍ରସାଦ ନାୟକ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ।ବୈଠକ ରେ କ୍ଷେତ୍ରୀୟ ପାଇକ ସମାଜର ଉର୍ନ୍ନତି ସମ୍ପର୍କ ରେ ଆଲୋଚନା କରିଥିଲେ । ଭବାନୀପାଟଣା ଉପ ମଣ୍ଡଳ ସମ୍ପାଦକ ହେମନ୍ତ କୁମାର ରାୟ ଧନ୍ୟବାଦ ପ୍ରଦାନ କରିଥିଲେ । ସମାଜ କଲ୍ୟାଣ ପାଇଁ ଆଗାମୀ ଦିନରେ ମହାସଭା କାର୍ଯ୍ୟକ୍ରମ ଥିବାରୁ ଏହି ସଭାରେ ବିଶୃତ ଆଲୋଚନା କରାଯାଇଥିଲା ।ସଭାକୁ ପରିଚାଳନା କରିଥିଲେ ଶିକ୍ଷକ ଅଶ୍ୱନି କୁମାର ରାଉତ ଅନ୍ୟ ମାନଙ୍କ ମଧ୍ୟରେ ଗଗନ କେଶରୀ ନାୟକ,ଶ୍ରୀବତ୍ସ ନାୟକ, ସମ୍ପାଦକ ବାସୁଦେବ ପ୍ରଧାନୀ, ସମେତ କ୍ଷେତ୍ରୀୟ ପାଇକ ସମାଜର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

