କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ପବିତ୍ର ଗୁରୁ ପୂର୍ଣ୍ଣିମା ଅବସର ରେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ କର୍ଲାପାଟ ରେଞ୍ଜ ଦକ୍ଷିଣ ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ କର୍ଲାପାଟ ରେଞ୍ଜର ତୀର୍ଥରାମ ମାଝୀ ଙ୍କ ତତ୍ତ୍ବାବଧାନ ରେ ପାଳିତ ହେଇଯାଇଛି ।
ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ୟ ତଥା ବିଜୁ ଯୁବ ଜନତା ଦଳର ଯୁବ ସମ୍ପାଦକ ସେନାପତି ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଓ ମୁଖ୍ୟ ବକ୍ତା ଭାବରେ ପ୍ରକୃତି ବନ୍ଧୁ ଅଶୋକ ପଟ୍ଟନାୟକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ସ୍ଥାନୀୟ ଜନସାଧାରଣ ଫରେଷ୍ଟର ଯୋଗେନ୍ଦ୍ର ମାଝୀ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଦକ୍ଷିଣ ବନଖଣ୍ଡ ର କର୍ମଚାରୀ ଏବଂ ନାଏବ ସରପଞ୍ଚ ବାରୁ ମାଝୀ, ୱାର୍ଡ ସଭ୍ୟ ସଭ୍ୟା ବିଦ୍ୟାଳୟ ପରିସରରେ ବୃକ୍ଷ ରୂପଣ କରିଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

