ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ର ସପ୍ତାହ ବ୍ୟାପି ଚାଲିଥିବା “ମହାବୀର ମହୋତ୍ସବ-୨୦୨୩”ର ଚତୁର୍ଥ ଦିବସରେ କଳାହାଣ୍ଡି ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କବି ସମ୍ମିଳନୀର ମୁଖ୍ୟ ଅତିଥି ସୁ ସାହିତ୍ୟିକ ପୂର୍ବତନ ମନ୍ତ୍ରୀ ରାସବିହାରି ବେହେରା ଯୋଗ ଦେଇଥିବା ବେଳେ କଳ୍ପନା ରଥ ସଭାପତିତ୍ୱ କରିଥିଲେ ।
କବିତା ଆସର ଅନ୍ୟତମ ଅତିଥି କବି ସନ୍ତୋଷ କୁମାର ଶତପଥି, ସଂଯୋଜକ କବି ହେମନ୍ତ ସାହୁ ଓ କବିୟତ୍ରୀ ସୁନିତି ମୁଣ୍ଡ ସଂଯୋଜନା କରିଥିଲେ । ଜିଲ୍ଲାର ବହୁ କବି କବିୟତ୍ରୀ ଯୋଗଦେଇ ସ୍ୱରଚିତ କବିତା ପଠନ କରିଥିଲେ । ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଶାନ୍ତି, ମୈତ୍ରୀ, ସଂହତିର ଏକ ଶୋଭାଯାତ୍ରା ଘୁମୁରା, ସଂକିର୍ତ୍ତନ, ଗଞ୍ଜାମର ପଶୁ ନୃତ୍ୟ, ଢୋଲ ମହୁରୀ ବାଦ୍ୟର ତାଳେ ତାଳେ କଳାହାଣ୍ଡି ଅଧିଷ୍ଟାତ୍ରୀ ଦେବୀ ମାଁ ମାଣିକେଶ୍ୱରୀ ମନ୍ଦିରରେ ପୁର୍ଜାର୍ଚ୍ଚନା କରାଯାଇ ସେଠାରୁ ଏକ ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ଅନୁଷ୍ଠାନ ପରିସରକୁ ପହଞ୍ଚିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ରାସବିହାରି ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାହିତ୍ୟ ଆସରକୁ ଉଦ୍ଧଘାଟକ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ମୁଖ୍ୟ ଅତିଥି କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ଡ. ସଂଜୟ କୁମାର ଶତପଥି , ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ନାଟ୍ୟକାର ନିର୍ଦ୍ଦେଶକ ଅଶୋକ କୁମାର ପାତ୍ର ଯୋଗଦେଇ ଥିଲେ ।
ଏହି ଅବସରରେ ଅନୁଷ୍ଠାନର ସ୍ମରଣୀକା “ଗିରିଝର”ଉନ୍ମୋଚନ କରାଯାଇଥିଲା ଏବଂ କୃତି ସନ୍ତାନମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ କରି ଗୌରବ ଅର୍ଜନ କରିଥିବା ସୁଶ୍ରୀ ଅନମୋଲ ଅଙ୍କିତା ଏବଂ ଆଫିୟା ବସିର, ଏ.କେ.ଏନ୍. ନ୍ୟୁଜ ଚ୍ୟାନେଲର ସଂପାଦକ ଅମିୟ କୁମାର ସାହୁଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ସଂଜିବ ସିଂ ସଂଯୋଜନା କରିଥିଲେ ଏବଂ ଉପସଭାପତି ସଂଜୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

