ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଯୋଜନା ଓ ସମନ୍ବୟ କାର୍ଯ୍ୟଳୟ ସଭାଗୃହରେ ଭାରତ ସରକାରଙ୍କ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଏବଂ ଏଥିପାଇଁ ଜନ ସଚେତନତା ଉପଲକ୍ଷେ “ଆୟୁଷ୍ମାନ ଭଵଃ” ର ଶୁଭ ଉନ୍ମୋଚନ ହୋଇଯାଇଛି । ଏହି ଉପଲକ୍ଷେ ଜାତୀୟ ସ୍ତରରେ ଭର୍ଚୁଆଲ ମୋଡରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ଶୁଭ ଉନ୍ମୋଚନ କରିଛନ୍ତି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଦେଶକୁ ଏହାର କାର୍ଯ୍ୟ ଦକ୍ଷତା ଓ ଲକ୍ଷ୍ୟ ଉପରେ କହିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ସମ୍ମାନିତ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ , ସି.ଡି.ଏମ. ଓ ପି.ଏଚ.ଓ ଡଃ ନିହାରେନ୍ଦ୍ର ପଣ୍ଡା , ଡି.ପି.ଏଚ.ଓ ଡଃ ରାଜେଶ ସାହୁ , ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ କୁ ଡଃ ନିହାରେନ୍ଦ୍ର ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରି ଏହି ଯୋଜନାର ଉଦ୍ଦେଶ୍ୟ , ଜିଲ୍ଲା ଓ ବ୍ଲକ ସ୍ତରରେ କାର୍ଯ୍ୟକାରିତା ଓ ଲକ୍ଷ୍ୟ ଉପରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ୧୭ ସେପ୍ଟେମ୍ବର ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପଖୱାଡା ଅନ୍ତର୍ଗତ ସାପ୍ତାହିକ ସ୍ବାସ୍ଥ୍ୟ ମେଳା ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ଆରମ୍ଭ ହେବ ଏବଂ ଏହା ବିଭିନ୍ନ ସ୍ବାସ୍ଥ୍ୟସେବା ଓ ଉପକାରିତା ଉପରେ ଜନ ଜାଗରଣ ସୃଷ୍ଟି କରିବ ।
ପ୍ରଥମ ସପ୍ତାହରେ ଅଣ ସଙ୍କ୍ରାମକ ରୋଗ ଯଥା ଉଚ୍ଚ ରକ୍ତଚାପ , ମଧୁମେୟ , କର୍କଟ ; ଦ୍ଵିତୀୟ ସପ୍ତାହରେ ସଂକ୍ରାମକ ରୋଗ ଡେଙ୍ଗୁ , ମ୍ୟାଲେରିଆ , ଯକ୍ଷ୍ମା ଇତ୍ୟାଦି; ତୃତୀୟ ସପ୍ତାହରେ ଶିଶୁ ସ୍ୱାସ୍ଥ୍ୟ , ପ୍ରଜନନ , ପୁଷ୍ଟିପୋଷଣ ଏବଂ ଚତୁର୍ଥ ସପ୍ତାହରେ ମାନସିକ ରୋଗ, ସିକେଲ ସେଲ ରୋଗ, ଚକ୍ଷୁ ଚିକିତ୍ସା ଉପରେ ଗୁରୁତ୍ଵ ଦିଆଯିବ । ଏହି ମେଳାରେ ମେଡିକାଲ କଲେଜ ରେ ବିଭିନ୍ନ ରୋଗର ବିଶେଷଜ୍ଞ ତଥା ଡାକ୍ତର ଙ୍କ ଦ୍ବାରା ରୋଗର ଚିହ୍ନଟ , ନିଦାନ ଓ ଚିକିତ୍ସା ର ବ୍ୟବସ୍ଥା କରାଯାଇଛି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

