ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଠାରେ ଶୁକ୍ରବାର ଦିନ ମହା ସମାରୋହ ରେ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳିତ ହୋଇଯାଇଛି । ମା ଡୋକରି ମନ୍ଦିର ରୁ ମଶାଲ ଯାତ୍ରା ଆରମ୍ବ ହୋଇ ବିରାଟ ପଟୁଆରା ରେ ଗୋଟିପୁଅ ନାଚ ,ଘୁମୁରା , ବାଜା ସହ ଆଦିବାସୀ ନୃତ୍ୟ ତଥା ଅନେକ ସାଂସ୍କୃତିକ ଦଳ ସହ ହଜାର ହଜାର ମହିଳା ଓ ଜନ ସମାରୋହ ରେ ଦୁର୍ଗା ମାଧବ ଖେଳ ପଡ଼ିଆ ରେ ପହଞ୍ଚିଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନୀତ ଅତିଥି ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ଧରୁଆ ଯୋଗ ଦେଇ ଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ ସଭାପତିତ୍ବ କରିଥିଲେ। ଏହାପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର ଯୋଗ ଦେଇ କଳାହାଣ୍ଡି ର ପ୍ରାଚୀନ ଗାଥା ଉପସ୍ଥାପନା କରିଥିଲେ, ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ତହସିଲଦାର ସୁଧାକର ରଇତ, ଓଡ଼ିଶା ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ, ମ,ରାମପୁର ସରପଞ୍ଚ ବୀଣାପାଣି ସାହୁ ଯୋଗ ଦେଇଥିଲେ । ଉଭୟ କାର୍ଯ୍ୟକ୍ରମ ରେ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ ।
ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପଧାନ ସଭାପତିତ୍ବ କରିଥିଲେ । ଏହି ଅବସରରେ ଶ୍ରୀ କଳା କେନ୍ଦ୍ର କଟକ ଓ ଗୋଟିପୁଅ ନୃତ୍ୟ , ପୁରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସୁଧୀର ନାଏକ ପରିଚାଳନା କରିଥିଲେ ଓ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା ଧନ୍ୟବାଦ୍ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

