ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଦୀର୍ଘ ବର୍ଷର ଅନ୍ତରାଳରେ ଅଯୋଧ୍ୟାରେ ଅନୁଷ୍ଠିତ ହେଉଛି ମହାକୁମ୍ଭ ମେଳା। ଏହାକୁ ନେଇ ସାରା ଦେଶରେ ଏକ ମହୋତ୍ସବର ମାହୋଲ ଦେଖାଦେଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଯତ୍ନ ଆରମ୍ଭ କରିଛନ୍ତି। ଏ ଦିଗରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହିତ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଚାରୋଟି ସ୍ଥାନରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ ବସ ସେବା ଚଳାଚଳ ର ବ୍ୟବସ୍ଥା କରିଛନ୍ତି।
ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ବସ୍ ସେବା ଚଳାଚଳ କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରି ମହାକୁମ୍ଭ ଦର୍ଶନ ରେ ଯାଉଥିବା ସମସ୍ତ ଶ୍ରଦ୍ଧାଳୁ, ଯାତ୍ରୀ ଙ୍କର ଶୁଭ କାମନା କରିଥିଲେ। ଏଥିପାଇଁ ଭବାନୀପାଟଣା ନୂଆ ବସଷ୍ଟାଣ୍ଡଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ତଥା ଓଡ଼ିଶା ରାଜ୍ୟ ପରିବହନ ନିଗମ କଳାହାଣ୍ଡି ଜିଲ୍ଲା ନୋଡାଲ ଅଧିକାରୀ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟ ପରିବହନ ନିଗମ ଜିଲ୍ଲା ମ୍ୟାନେଜର ସ୍ବଦେଶ କୁମାର ପାତ୍ର ପରିଚାଳନା କରିଥିଲେ। ଏହି ଅବସରରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ଗଞ୍ଜାମରୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜେନା ଆଭାସୀ ମାଧ୍ୟମରେ ଏହାକୁ ଶୁଭାରମ୍ଭ କରିଥିଲେ। ଏହି ସ୍ୱତନ୍ତ୍ର ବସସେବାର ଶୁଭାରମ୍ଭ କରିବା ସହିତ ମୁଖ୍ୟମନ୍ତ୍ରୀ ସମସ୍ତ ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ଶୁଭକାମନା ଜଣାଇଥିଲେ।ଭବାନୀପାଟଣାସ୍ଥିତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସହିତ ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ଜିଲ୍ଲା ଯୋଜନା ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଭବାନୀପାଟଣା ପୌର ପରିଷଦର ନିର୍ବାହୀ ଅଧିକାରୀ ଡା. ସ୍ୱୟଂସମ୍ପୂର୍ଣ୍ଣା ରାଉତ ଏବଂ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ବିଧାୟକ ଅନାମ ନାଏକ, ଆଜିଠାରୁ ଶୁଭାରମ୍ଭ ହୋଇଥିବା ସ୍ୱତନ୍ତ୍ର ବସ ସେବା ଆସନ୍ତା ଫେବୃୟାରୀ ୨୬ ଯାଏଁ ଚାଲିବ। ଏହି ସ୍ୱତନ୍ତ୍ର ବସ ପାଇଁ ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା ରହିଛି।
ସେହିପରି ପୁରୁଷ ଯାତ୍ରୀଙ୍କ ପାଇଁ ୬୭୧୩ ଟଙ୍କା ଓ ମହିଳାଙ୍କ ପାଇଁ ରିହାତି ଦର ୪୨୭୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ସ୍ୱତନ୍ତ୍ର ବସ ସକାଳ ୧୦.୩୦ରେ ଭବାନୀପାଟଣାରୁ ବାହାରି ପରଦିନ ଅପରାହ୍ନ ୪. ୩୦ ସମୟରେ ଅଯୋଧ୍ୟା ପହଞ୍ଚିବ ବୋଲି ସୂଚନା ମିଳିଛି। ଯିବା ସମୟରେ ଏହା ଭବାନୀପାଟଣାରୁ ବାହାରି ଜୁନାଗଡ଼, ଧର୍ମଗଡ଼, ଖରିଆର, ନୂଆପଡା, ରାୟପୁର, ବିଳାସପୁର, ଅମ୍ବିକାପୁର, ବାରଣାସୀ, ପ୍ରୟାଗରାଜ ଦେଇ ଅଯୋଧ୍ୟା ଯିବ ବୋଲି ସୂଚନା ମିଳିଛି। ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଆଜି ଅନ୍ୟ ସ୍ଥାନ ଅପେକ୍ଷା ଭବାନୀପାଟଣାରୁ ସ୍ଵତନ୍ତ୍ର ବସ ଯୋଗେ ସର୍ବାଧିକ 33 ଜଣ ଯାତ୍ରୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି।

Latest entries
ରାଜ୍ୟ ଜିଲ୍ଲା ଖବରJune 30, 2025ରାୟଗଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ସଙ୍କୁଳ ସୁରୀୟ ମେଧାବୀ ଅଭିନନ୍ଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ
ଜିଲ୍ଲା ଖବରJune 28, 2025ଯାଦବ ସମ୍ପ୍ରଦାୟ କୁ ବିବାଦୀୟ ମନ୍ତବ୍ୟ ଘଟଣା କୁ ନେଇ ମାମଲା ରୁଜୁ
ଜିଲ୍ଲା ଖବରJune 28, 2025ଜିଲ୍ଲା ସ୍ତରୀୟ ମ୍ୟାଲେରିଆ,ଡେଙ୍ଗୁ,ଡାଇରିଆ ନିରାକରଣ, ଅନ୍ତ ବିଭାଗୀୟ ଏକାଭିମୁଖୀ ବୈଠକ
ଜିଲ୍ଲା ଖବରJune 26, 2025ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ