ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ ଧର୍ମଗଡ଼ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଦୁଇ ଦିନ ଧରି ଯୋଗ ଓ ଧ୍ୟାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏକ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗ ଓ ଧ୍ୟାନ ର ଉପାଦେୟତା ଉପରେ ଯୁକ୍ତ ରାଷ୍ଟ୍ର ଆମେରିକାରେ ବିଶେଷଜ୍ଞ ଭାବେ ପଞ୍ଜୀକୃତ ଯୋଗ ଓ ଧ୍ୟାନ ବିଶେଷଜ୍ଞ ଡାକ୍ତର ମୋନିକା ପରଶିରା ଶିବିରାର୍ଥି ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।
ଦୈନନ୍ଦିନ ଜୀବନରେ ଚାପ ମୁକ୍ତ ହୋଇ ସାକାରାତ୍ମକ ଭାବନା କୁ ଗ୍ରହଣ କରିବା ପାଇଁ ଯୋଗ ଓ ଧ୍ୟାନ ର ଉପକାରିତା ଉପରେ ଡାକ୍ତର ମୋନିକା ପ୍ରଦର୍ଶନ ଜରିଆରେ ପ୍ରଶିକ୍ଷଣ ଦେଇଥିଲେ। ଏହି ଶିବିରରେ ଡାକ୍ତର ମୋନିକାଙ୍କ ସ୍ବାମୀ ତଥା ଉପଜିଲ୍ଲାପାଳ ଧୀମାନ ଚକମା, ସିଦ୍ଧାର୍ଥ ଫାଉଣ୍ଡେସନ ର ସମ୍ପାଦକ ଆଚାର୍ଯ୍ୟ ହୃଷିକେଶ ମିଶ୍ର, ଧର୍ମଗଡ଼ ବ୍ୟବସାୟୀ ସଙ୍ଘ ର ସଭାପତି ବିଦ୍ୟାଧର ସାହୁ, ସତ୍ ସଙ୍ଗ ସେବା କେନ୍ଦ୍ର ର ସଦସ୍ୟ ବୃନ୍ଦ, ବିଜେପି ନେତା ହିମାଂଶୁ ପଣ୍ଡା, ବରିଷ୍ଠ ସାମ୍ବାଦିକ ଇଙ୍ଗିତ ପଣ୍ଡା, ବିଶ୍ଵ ହିନ୍ଦୁ ପରିଷଦର ଜୟନ୍ତ ମୁଣ୍ଡ, ବ୍ରଜେଶ୍ ପଣ୍ଡା, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନ ରୁ ଆସିଥିବା ପ୍ରତିନିଧି ଓ ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ ମାନେ ଶିବିରରେ ପ୍ରଶିକ୍ଷଣ ନେଇଥିଲେ। ଏହି ଦୁଇ ଦିନିଆ ଯୋଗ ଓ ଧ୍ୟାନ ଶିବିର କୁ କ୍ରୀଡା କମିଟି ର ଅଧ୍ୟକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରNovember 7, 2025ଆଉ ନାହାନ୍ତି ସାର ବୋଲି ଡାକୁଥିବା ସ୍ନେହରବନ୍ଧୁ ସାମ୍ବାଦିକ ସତ୍ୟ ନାରାୟଣ ଦାସ
ଜିଲ୍ଲା ଖବରNovember 6, 2025ଭବାନୀ ଶଙ୍କର ମନ୍ଦିରରେ କାର୍ତ୍ତିକ ଯଜ୍ଞର ପୂର୍ଣ୍ଣାହୂତି
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି

