Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ତୃତୀୟ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ଯାୟରେ ଭତ୍ତା ୩୦୦୦ଟଙ୍କା ଉପସ୍ଥାପନା ନ ହେବାରୁ ଇଂ ଲକ୍ଷ୍ମୀନାରାୟଣ ପଣ୍ଡା ସରକାରଙ୍କୁ ସମାଲୋଚ଼ନା କରିବା ସହ ସରକାର ପୁଣି ଥରେ ଗରିବ ଲୋକଙ୍କୁ ଠକିଛନ୍ତି ବୋଲି କହିଛନ୍ତି ଏବଂ ଆସନ୍ତା ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ହେବାକୁ ଥିବା ବଜେଟ୍ ର ଦ୍ୱିତୀୟ ପର୍ଯ୍ଯାୟ କାର୍ଯ୍ୟକ୍ରମରେ ଘୋଷଣା କରିବା ପାଇଁ ଦାବି କରିଛନ୍ତି। ଯଦି ଘୋଷଣା ନ ହୁଏ ହଜାର ହଜାର ସଂଖ୍ଯାରେ ହିତାଧିକାରୀ ଯାଇ ଜିଲ୍ଲାପାଳ ଅଫିସ୍ ଘେରାଉ କରିବେ ବୋଲି ବୈଠକରେ ମତପ୍ରକାଶ ପାଇଛି । ଭତ୍ତାଧିକାରୀଙ୍କ ସଂଖ୍ଯା ବଢାଇ ରାଜ୍ୟରେ ବିଭିନ୍ନ ଭତ୍ତା ଅପେକ୍ଷାରେ ରହିଥିବା ୫ଲକ୍ଷ ଆବେଦନକାରୀଙ୍କ ଆବେଦନକୁ ତୁରନ୍ତ ଗ୍ରହଣ କରିବା ପାଇଁ ମଧ୍ଯ ଅନୁରୋଧ କରାଯାଇଅଛି। ବିଧାୟକମାନଙ୍କ ଦରମା ୨ଲକ୍ଷ ୭୫ହଜାରକୁ ବୃଦ୍ଧି ହେଇପାରୁଛି ତାହେଲେ ଆମକୁ ୩୦୦୦ଟଙ୍କା ଦେବାରେ ପଛଘୁଞ୍ଚା କଣ ପାଇଁ ବୋଲି ହିତାଧିକାରୀମାନେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ବୈଠକରେ ବରିଷ୍ଠ ସଦସ୍ଯ ନିରୋଦ କୁମାର ରାଉତ, ଚାଷୀ ନେତା ଲିଙ୍ଗରାଜ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ପ୍ରଧାନ, ମଧୁଲାଲ ନାଏକ ନିଜ ନିଜ ମତ ରଖିବା ସହ ପ୍ରତ୍ଯେକ ୱାର୍ଡରେ ଜନସଚେତନତା ଜାରି ରଖି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ କହିଥିଲେ। ସୌମ୍ୟରଂଜନ କର ଏବଂ ବନିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
