Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବେ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ, ଉପଜିଲ୍ଲାପାଳ ଧୀମାନ ଚକମା, ବ୍ଲକ ଅଧ୍ୟକ୍ଷା ବବିତା ପଟଯୋଶୀ,ଜିଲ୍ଲା ଶ୍ରମ କମିଶନର ସୁବାଷ ଚନ୍ଦ୍ର ମଣ୍ଡଳ, ଜିଲ୍ଲା ଶ୍ରମ ଅଫିସର ଯତୀନ ମାଝୀ ପ୍ରମୁଖ ଯୋଗଦେଇ ଥିଲେ । ଶ୍ରମିକମାନେ ଦେଶ ବା ରାଷ୍ଟ୍ର ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ହେଲେ ଦେଖାଯାଏ ଯେ ସେମାନେ ସମାଜରେ ଅବହେଳି ଦାରିଦ୍ରର ସୀମାରେଖା ତଳେ ରହିଥାନ୍ତି । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ବ୍ୟବସ୍ଥା କରିଛନ୍ତି ଯେପରିକି ଶ୍ରମିକମାନଙ୍କ ପିଲାଙ୍କ ପାଇଁ ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା, ଶ୍ରମିକମାନଙ୍କ ପିଲାଙ୍କ ପାଇଁ ବିବାହ ସହାୟତା ଓ ପ୍ରସୁତିକାଳୀନ ସହାୟତା, ଏହି ସବୁ ବିଷୟରେ ଅବଗତ ହୋଇ ଏହାର ଲାଭ ନେବାକୁ ଅନୁରୋଧ କରିବା ସହିତ ପିଲାମାନଙ୍କୁ କାମରେ ନ ଲଗେଇ ପାଠ ପଢେଇ ଭଲ ମଣିଷ କରିବାକୁ ଅନୁରୋଧ କରିଥିଲେ ।ଶ୍ରମିକ ମାନଙ୍କର କେବଳ ରାଜ୍ୟ ବା ଦେଶରେ ନୁହେଁ ବିଶ୍ଵରେ ବଡ଼ ଅବଦାନ ରହିଛି । ସରକାର ଶ୍ରମିକଙ୍କ ଉନ୍ନତି ପାଇଁ ପ୍ରତିଶୃତିବଦ୍ଧ ଅଛନ୍ତି ।
ଜିଲ୍ଲା ଶ୍ରମ ଅଧିକାରୀ ଜିଲ୍ଲାରେ ଚାଲିଥିବା ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଅଣ ପଞ୍ଜିକୃତ ଶ୍ରମିକ ଯାହା ବୟସ ୧୮ ବର୍ଷରୁ ଉର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍, ସେମାନେ ଆବଶ୍ୟକୀୟ କାଗଜାତ ଦେଇ ପଞ୍ଜିକରଣ କରି ସରକାରଙ୍କ ଯୋଜନାର ଲାଭ ନେବାକୁ ଅନୁରୋଧ କରିଥିଲେ । ଜିଲ୍ଲାରେ ଆର୍ଥିକ ବର୍ଷ ୨୦୨୪-୨୫, ପେବୃଆରୀ ୨୭ସୁଦ୍ଧା ୫୦୪ ଜଣ ହିତାଧିକାରୀଙ୍କୁ ଭିନ୍ନ ଭିନ୍ନ ସହାୟତା ରାଶି ବାବଦରେ ପ୍ରାୟ ୩ କୋଟି ୪୧ ଲକ୍ଷ ୭୭ହଜାର ୬୦୦ ଟଙ୍କା ପ୍ରଦାନ କରାଯାଇଥିବାର ସୂଚନା ଦେଇଥିଲେ । ମୃତ୍ୟୁ ସହାୟତା ୧୨୬ ଜଣ,ଫିୟୁନେରଲ ସହାୟତା ୯୭ ଵିଵାହ ସହାୟତା ୩୨ ଜଣ ଙ୍କୁ ଶିକ୍ଷା ସହାୟତା ୧୩୭ ଜଣ ଙ୍କୁ ପ୍ରଦାନ କରାଯାଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
