ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ସ୍ବାଭିମାନ ଓ ଅସ୍ମିତା ରକ୍ଷା ପାଇଁ ପୁରାତନ ଛାତ୍ର ସଂଘ ତରଫରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ସ୍ଥାନୀୟ ସାର୍କିଟ ହାଉସ୍ ଠାରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି । ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ହେଉଥିବା ଅନିୟମିତତା ଉପରେ ଠୋସ କାର୍ଯ୍ୟାନୁଷ୍ଠାନ ନେବାସହ ଶିଘ୍ର ନୂତନ କୁଳପତି ନିଯୁକ୍ତି ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।
ସେହିଭଳି ପରିକ୍ଷା ନିୟନ୍ତ୍ରଣ ବିଭାଗ ଦାୟିତ୍ୱରେ ଥିବା ସମସ୍ତଙ୍କୁ ପରିବର୍ତନ କରିବା, ବିଶ୍ବବିଦ୍ୟାଳୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ କମିଟି ସବୁ ଭାଙ୍ଗି ତାହାର ପୁନଃ ଗଠନ କରିବା, ଅଧ୍ୟାପକ ନିଯୁକ୍ତି କରିବା ତଥା ଛାତ୍ର ଛାତ୍ରୀଙ୍କ ଅନ୍ୟାନ୍ୟ ସମସ୍ୟା ସମ୍ପର୍କିରେ ତାଙ୍କୁ ଅବଗତ କରାଯାଇଥିଲେ। ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଉପରେ ଏକ ସମୀକ୍ଷା ବୈଠକ କରି ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବି ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ଜଗନ୍ନାଥ ମୁଣ୍ଡ, ପୁରାତନ ଛାତ୍ର ସଂଘର ସମ୍ପାଦକ ଅବିନାଶ ଠାକୁର, ଉପ ସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

