ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ମହା ସମାରୋହ ର ସେବା ପତ୍ରିକା କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଙ୍କ ଦ୍ଵାର ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟ କର୍ମ ରେ ସଂଘ ସଭାପତି ଶରତ ନାୟକ ଙ୍କ ଅଧ୍ୟକ୍ଷ ତାରେ ସଭା ଅନୁଷ୍ଠିତ ହୋଇଥିଲା ।
କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ରୂପେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଓ ସମ୍ମାନିତ ଅତିଥି ରୂପେ ପୂର୍ବତନ ସାଂସଦ ଅର୍କକେଶ୍ଵରି ଦେଓ, ପ୍ରୋ ସୁରଜିତ ସିଂହ, ବରିଷ୍ଟ ନାଗରିକ ସଂଘ ସଭାପତି ଗଜେନ୍ଦ୍ର ପାଢ଼ୀ, ଅମଲା ସଂଘ ର ପୂର୍ବତନ ସଭାପତି ରୂପକେଶ୍ୱରୀ ଦଳେଇ,ଡ. ଅଜୟ ମିଶ୍ର, ଅଧ୍ୟାପକ ସମୀର ମହାପାତ୍ର, ଡ.ଶିବରାମ ନାୟକ, ବାସୁଦେବ ସାହାଣୀ,ମହମ୍ମଦ ବୁରହାନ, ପ୍ରଫୁଲ୍ଲ ମିଶ୍ର, ସନ୍ତୋଷ ପାତ୍ର,ମଧୁସୂଦନ ମହାପାତ୍ର, ଅଶୋକ କୁମାର ଖମାରୀ, ମଦନ ବରାଡ ଆଦି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ।
ସର୍ବଶ୍ରୀ ସୁରଜିତ ସିଂ, କୁନୁ ନାୟକ, କେ.ସବ୍ରମନି ଆଚାରୀ, ଦିଲ୍ଲୀପ ଯାନୀ, କଳ୍ପନା ରଥ ଙ୍କୁ ବରିଷ୍ଟ ନାଗରିକ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ରୂପ କେଶ୍ୱରୀ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

