ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ମହା ସମାରୋହ ର ସେବା ପତ୍ରିକା କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଙ୍କ ଦ୍ଵାର ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟ କର୍ମ ରେ ସଂଘ ସଭାପତି ଶରତ ନାୟକ ଙ୍କ ଅଧ୍ୟକ୍ଷ ତାରେ ସଭା ଅନୁଷ୍ଠିତ ହୋଇଥିଲା ।
କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ରୂପେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଓ ସମ୍ମାନିତ ଅତିଥି ରୂପେ ପୂର୍ବତନ ସାଂସଦ ଅର୍କକେଶ୍ଵରି ଦେଓ, ପ୍ରୋ ସୁରଜିତ ସିଂହ, ବରିଷ୍ଟ ନାଗରିକ ସଂଘ ସଭାପତି ଗଜେନ୍ଦ୍ର ପାଢ଼ୀ, ଅମଲା ସଂଘ ର ପୂର୍ବତନ ସଭାପତି ରୂପକେଶ୍ୱରୀ ଦଳେଇ,ଡ. ଅଜୟ ମିଶ୍ର, ଅଧ୍ୟାପକ ସମୀର ମହାପାତ୍ର, ଡ.ଶିବରାମ ନାୟକ, ବାସୁଦେବ ସାହାଣୀ,ମହମ୍ମଦ ବୁରହାନ, ପ୍ରଫୁଲ୍ଲ ମିଶ୍ର, ସନ୍ତୋଷ ପାତ୍ର,ମଧୁସୂଦନ ମହାପାତ୍ର, ଅଶୋକ କୁମାର ଖମାରୀ, ମଦନ ବରାଡ ଆଦି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ।
ସର୍ବଶ୍ରୀ ସୁରଜିତ ସିଂ, କୁନୁ ନାୟକ, କେ.ସବ୍ରମନି ଆଚାରୀ, ଦିଲ୍ଲୀପ ଯାନୀ, କଳ୍ପନା ରଥ ଙ୍କୁ ବରିଷ୍ଟ ନାଗରିକ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ରୂପ କେଶ୍ୱରୀ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

