ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀମଦ୍ ଭଗବତଗୀତା ହେଉଛି ସାକ୍ଷାତ ଭଗବାନ ଙ୍କ ଦିବ୍ୟବାଣୀ ଏହାର ମହିମା ଅପାର ଓ ଅପରିମିତ। ଗୀତା ହେଉଛି ଆତ୍ମାଜ୍ଞାନର ବିଜ୍ଞାନ ପାର୍ଥିବ ବନ୍ଧନ ମଧ୍ୟରେ ଥାଇ ମାୟାଜାଲ ରେ ଛନ୍ଦୀହୋଇ ମନ ଓ ବୁଦ୍ଧିକୁ ସନ୍ତୁଳିତ କରି ଆତ୍ମାକୁ ଉତଥାନ ମାର୍ଗରେ ଆଗେଇ ନେବାପାଇଁ ଯେଉଁ ଜ୍ଞାନ ର ଆବଶ୍ୟକତା ତାହା ଗୀତାରୁ ହିଁ ଉପଲବ୍ଧ ବୋଲି ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ ।
ଅଶୋକ କୁମାର ମୁଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରତେକ ଛାତ୍ରଛାତ୍ରୀ ଗୀତା ଆବୃତ୍ତି ତଥା ଏହାର ମର୍ମ ବୁଝିଲେ ଜୀବନ ରେ ବହୁତ ଉର୍ନ୍ନତି କରିପାରିବେ ବୋଲି ବକ୍ତବ୍ୟ ଦେଇଥିଲେ । ଏହି ଗୀତା ଆବୃତ୍ତି ପ୍ରତିଯୋଗିତା ରେ ବିଭିନ୍ନ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ସହ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

