ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀମଦ୍ ଭଗବତଗୀତା ହେଉଛି ସାକ୍ଷାତ ଭଗବାନ ଙ୍କ ଦିବ୍ୟବାଣୀ ଏହାର ମହିମା ଅପାର ଓ ଅପରିମିତ। ଗୀତା ହେଉଛି ଆତ୍ମାଜ୍ଞାନର ବିଜ୍ଞାନ ପାର୍ଥିବ ବନ୍ଧନ ମଧ୍ୟରେ ଥାଇ ମାୟାଜାଲ ରେ ଛନ୍ଦୀହୋଇ ମନ ଓ ବୁଦ୍ଧିକୁ ସନ୍ତୁଳିତ କରି ଆତ୍ମାକୁ ଉତଥାନ ମାର୍ଗରେ ଆଗେଇ ନେବାପାଇଁ ଯେଉଁ ଜ୍ଞାନ ର ଆବଶ୍ୟକତା ତାହା ଗୀତାରୁ ହିଁ ଉପଲବ୍ଧ ବୋଲି ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ ।
ଅଶୋକ କୁମାର ମୁଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରତେକ ଛାତ୍ରଛାତ୍ରୀ ଗୀତା ଆବୃତ୍ତି ତଥା ଏହାର ମର୍ମ ବୁଝିଲେ ଜୀବନ ରେ ବହୁତ ଉର୍ନ୍ନତି କରିପାରିବେ ବୋଲି ବକ୍ତବ୍ୟ ଦେଇଥିଲେ । ଏହି ଗୀତା ଆବୃତ୍ତି ପ୍ରତିଯୋଗିତା ରେ ବିଭିନ୍ନ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ସହ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

