ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ର ଲୋକନୃତ୍ୟ ଘୁମୁରା କୁ ଆହୁରି ସମୃଦ୍ଧ କରିବା ଉଦ୍ଦେଶ୍ୟ ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ମା ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି ।
ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଏହି ପ୍ରଶିକ୍ଷଣ କେନ୍ଦ୍ର ର ଶୁଭ ଉଦ୍ଘାଟନ କରିବା ସହିତ ପ୍ରଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲା ର ନୂତନ ସଂସ୍କୃତି ଭବନ ନିର୍ମାଣ ପରେ ସେଠାରେ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ଏବଂ ଲୋକ ନୃତ୍ୟ ଘୁମୁରା କୁ ଆହୁରି ସମୃଦ୍ଧ କରିବାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ସହଯୋଗ କରିବ ବୋଲି କହିଥିଲେ । ଜିଲ୍ଲାପାଳ ଙ୍କ ସମେତ କଳାହାଣ୍ଡିର ବିଶିଷ୍ଟ ସଂସ୍କୃତିବିତ୍ ଜୟନ୍ତ କୁମାର ବେହେରା, ଅଶୋକ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ଘୁମୁରା ଗୁରୁ ସୁରୁ ବାରିକ, ତିର୍ଥରାଜ ଦଳପତି, ନାଟ୍ୟକାର କାହ୍ନୁ ଚରଣ ଗଉଡ, ମାଆ ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ର ଘୁମୁରା ଗୁରୁ କୈଳାସ ଚନ୍ଦ୍ର ସିଂହ, ଚୈତନ୍ୟ ରାଉତ ପ୍ରମୁଖ ମଞ୍ଚାସିନ ରହିଥିଲେ ।
ପ୍ରଶିକ୍ଷଣ କେନ୍ଦ୍ର ରେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ତିରିଶ ଜଣ ଉତ୍ସାହୀ ଘୁମୁରା ପ୍ରେମୀ ଯୁବକ ଙ୍କୁ ତାଲିମ ପ୍ରଦାନ କରାଯିବ ଏବଂ ଏହି ତାଲିମ ପରେ ସମସ୍ତେ ଉଚ୍ଚକୋଟୀର ଘୁମୁରା ପ୍ରଦର୍ଶନ କରିବେ ବୋଲି ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ପଣ୍ଡା ସୂଚନା ଦେବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ର ଘୁମୁରା ନୃତ୍ୟ ପ୍ରଦର୍ଶନ କରା ଯାଇଥିଲା।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

