ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା୨୦୨୪ ପଞ୍ଚାୟତସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଗ୍ରାମପଞ୍ଚାୟତର ସରପଞ୍ଚ ଦିଗାମ୍ବର ଲୁହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକ ପରିଚାଳନା କରିଥିବାବେଳେ ଜି ଆର ଏସ ଭୁବନେଶ୍ବର ନାଏକ ଉପସ୍ଥାପନ କରିଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କୈଳାଶ ଚନ୍ଦ୍ର ନାଏକ,ମୁଖ୍ୟ ବକ୍ତା ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ,ସମ୍ମାନିତ ଅତିଥି ଶିକ୍ଷକ ଦୁର୍ଯ୍ୟୋଧନ ମାଝୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସେସଦେବ ସାହୁ, ସମିତିସଭ୍ୟ ଗୀତାଞ୍ଜଳି ସାହୁ, ମ.ନାଗେଶ୍ୱର ରାଓଦୋରା, ପୂର୍ବତନ ସରପଞ୍ଚ ଚୁଡାମଣି ନାଏକ,ନାୟକ ସରପଞ୍ଚ କୁରଙ୍ଗ ଜାନୀ,ଉପସ୍ଥିତ ରହି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବରେ ପ୍ରବନ୍ଧ ଲିଖନ, ସଙ୍ଗୀତ ପ୍ରତିଯୋଗିତା,ହୁଳହୁଳି, ଶଙ୍ଖ ଫୁଙ୍କ,ଝୋଟି ପ୍ରତିଯୋଗିତା,ବିତର୍କ ପ୍ରତିଯୋଗିତା,ଏବଂ ନୃତ୍ୟ ପ୍ରତିଯୋଗିତାରେ କୁନିକୁନି କଳା କାର ମାନକୁ ପୁରସ୍କାର ପ୍ରଦାନ କରିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

