ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା୨୦୨୪ ପଞ୍ଚାୟତସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଗ୍ରାମପଞ୍ଚାୟତର ସରପଞ୍ଚ ଦିଗାମ୍ବର ଲୁହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକ ପରିଚାଳନା କରିଥିବାବେଳେ ଜି ଆର ଏସ ଭୁବନେଶ୍ବର ନାଏକ ଉପସ୍ଥାପନ କରିଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କୈଳାଶ ଚନ୍ଦ୍ର ନାଏକ,ମୁଖ୍ୟ ବକ୍ତା ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ,ସମ୍ମାନିତ ଅତିଥି ଶିକ୍ଷକ ଦୁର୍ଯ୍ୟୋଧନ ମାଝୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସେସଦେବ ସାହୁ, ସମିତିସଭ୍ୟ ଗୀତାଞ୍ଜଳି ସାହୁ, ମ.ନାଗେଶ୍ୱର ରାଓଦୋରା, ପୂର୍ବତନ ସରପଞ୍ଚ ଚୁଡାମଣି ନାଏକ,ନାୟକ ସରପଞ୍ଚ କୁରଙ୍ଗ ଜାନୀ,ଉପସ୍ଥିତ ରହି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବରେ ପ୍ରବନ୍ଧ ଲିଖନ, ସଙ୍ଗୀତ ପ୍ରତିଯୋଗିତା,ହୁଳହୁଳି, ଶଙ୍ଖ ଫୁଙ୍କ,ଝୋଟି ପ୍ରତିଯୋଗିତା,ବିତର୍କ ପ୍ରତିଯୋଗିତା,ଏବଂ ନୃତ୍ୟ ପ୍ରତିଯୋଗିତାରେ କୁନିକୁନି କଳା କାର ମାନକୁ ପୁରସ୍କାର ପ୍ରଦାନ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

