ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ସ୍ମାରକି ନାଟ୍ୟ ସଂସ୍ଥା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ By Hemant Kumar Ray December 3, 2024December 3, 2024 0 minutes, 0 seconds Read 241 ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ସ୍ମାରକୀ ନାଟ୍ୟ ସଂସ୍ଥା” ପକ୍ଷରୁ ଆସନ୍ତା ଡିସେମ୍ବର ୨୨ ତାରିଖଠାରୁ ଡିସେମ୍ବର ୨୫ ତାରିଖ ପର୍ଯ୍ଯନ୍ତ ୪ ଦିନ ବ୍ୟାପୀ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ “ସ୍ମାରକୀ ଜାତୀୟ ନାଟ୍ୟ ମହୋତ୍ସବ – ୨୦୨୪” ଅନୁଷ୍ଠିତ ହେବ। ଏହି ମହୋତ୍ସବର ଉଦଘାଟନୀ ଦିବସରେ ନାଟ୍ୟକାର ମନୋଜ ରଥଙ୍କ ରଚିତ ଓ ସୌରଭ ମହାପାତ୍ରଙ୍କ ନିର୍ଦ୍ଦେଶିତ ସ୍ମାରକୀ ନାଟ୍ୟ ସଂସ୍ଥାର ନାଟକ “ଜୟଯାତ୍ରା” ଓ ତଥାଗତ ମିଶ୍ରଙ୍କ ରଚନା ଓ ନିର୍ଦ୍ଦେଶନାରେ “ଅର୍ଦ୍ଧବାକ୍ୟ” ନାଟକ ମଞ୍ଚସ୍ଥ ହେବ। ସେହିଭଳି ମହୋତ୍ସବର ଦ୍ଵିତୀୟ ଦିବସରେ ନାଟ୍ୟକାର ପ୍ରବୀର ଗୁହାଙ୍କ ରଚିତ ଓ ଶୁଭଦୀପ ଗୁହାଙ୍କ ନିର୍ଦ୍ଦେଶିତ ଅଲଟରନେଟିଭ ଲିଭିଂ ଥିଏଟର କଲିକତାର ନାଟକ “ଲଙ୍ଗ୍ ମାର୍ଚ୍ଚ” ପ୍ରଦର୍ଶିତ ହେବ। ତୃତୀୟ ଦିବସରେ ନାଟ୍ୟକାର ବିଜୟ କୁମାର ଶତପଥୀଙ୍କ ରଚିତ ଓ ନଳିନୀ ନିହାର ନାୟକଙ୍କ ନିର୍ଦ୍ଦେଶିତ ନିୟୁକ୍ଵେଷ୍ଟ ରିପୋଟ୍ରି ରାଉରକେଲାର ନାଟକ “କାରାଗାରର କାହାଣୀ” ମଞ୍ଚସ୍ଥ ହେବ। ସେହିଭଳି ଉଦଯାପନୀ ଦିବସରେ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ରଚିତ ଓ ପ୍ରବୋଧ ରଥଙ୍କ ନିର୍ଦ୍ଦେଶିତ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର ନାଟକ “ଜାତି ନନ୍ଦିଘୋଷ” ମଞ୍ଚସ୍ଥ ହେବ। ଏହି ଅବସରରେ ନାଟକ କ୍ଷେତ୍ରରେ କଳାହାଣ୍ଡି ମାଟିକୁ ବିଶେଷ ଅବଦାନ ପାଇଁ ବରିଷ୍ଠରୁ କନିଷ୍ଠ ଚାରି ପିଢିର ଅଭିନେତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ବରିଷ୍ଠ ବର୍ଗରୁ କ୍ରମରେ ବିଶିଷ୍ଟ ଅଭିନେତା ବସନ୍ତ ପଣ୍ଡା, ମନୋଜ ଶର୍ମା, କାହ୍ନୁ ଚରଣ ଗଉଡ ଏବଂ ଆଶୁତୋଷ ପୁରୋହିତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ ଏବଂ ସମ୍ପାଦକ ସୌରଭ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଆଜି ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବରିଷ୍ଠ ଅଭିନେତା ଶୁଭେନ୍ଦୁ ମହାପାତ୍ର, ଶଶାଙ୍କ ମହାପାତ୍ର, ଧ୍ୟାନାନନ୍ଦ ପଣ୍ଡା, ସୁଧୀର ରଥ, ଦେବୀ ପ୍ରସାଦ ରଥ, ରାଜେଶ ଦାଶ, ସୌରଭ ମହାପାତ୍ର, ଆଲୋକ କୁମାର ସାହୁ, ଶିବଶକ୍ତି ପୁରୋହିତ, ତଥାଗତ ମିଶ୍ର, ଅନିଲ ବୈଠାରୁ, ସୌମ୍ୟ ରଞ୍ଜନ ଜେନା, ଆର୍ୟା ନାୟକ, ପ୍ରିୟଙ୍କା ପଟ୍ଟନାୟକ, ଆଶୁତୋଷ ପୁରୋହିତ, ପ୍ରଜ୍ଞା ପରିମିତା ନାୟକ, କେ. ଗୋପିଧର ନାୟର, ରାମେଶ୍ଵର ତ୍ରିପାଠୀ, ଲିପ୍ସା ମହାରଣା, ଅବିନାଶ ଅଗସ୍ତି, ବିକାଶ ମୁଣ୍ଡ, ଅମରେନ୍ଦ୍ର ମହାନ୍ତି, ଶୁଭମ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ସଂଗ୍ରାମୀ ପୁରୁଷ ପୂର୍ବତନ ପୋୖରାଧକ୍ଷ ନିରଞ୍ଜନ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳି ସଭା By Hemant Kumar Ray September 29, 2024September 29, 2024
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ବାଲ୍ୟ ବିବାହ ଓ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଜିଲ୍ଲା ସସ୍ତରୀୟ ଟାସ୍କ ଫେର୍ସ ବୈଠକ By Hemant Kumar Ray May 16, 2023May 16, 2023