Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି ଉପଲକ୍ଷେ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ବିତରଣ କୃଷି ଓ ଆନୁଷଙ୍ଗିକ ବିଭାଗ କାର୍ଯ୍ୟାକ୍ରମ ସମ୍ବନ୍ଧରେ ଆଲୋଚନା ଚକ୍ରମାନ ଅନୁଷ୍ଠିତ ହେବ । ଏଥିରେ ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ, ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହୟତାର ସଚେତନତା, କୃଷି ଓ ଆନୁଷଙ୍ଗିକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର, ବ୍ୟାଙ୍କ ସହାୟତା ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣ ର ସହଯୋଗ, ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଆଗୀମି ତତ୍କାଳ ବୁକିଙ୍ଗ ବ୍ୟବସ୍ତାର ସୁବିଧା ରହିଛି । ଏହି ଉଦଘାଟନୀ କାର୍ଯ୍ୟାକ୍ରମରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରି ଯୋଗଦାନ କରି ଏହି ମେଳାର ଶୁଭ ଉଦଘାତନ କରି କୃଷି ଯନ୍ତ୍ରପାତି ଓ ଆନୁସାଙ୍ଗିକ ବିଭାଗର ଷ୍ଟଲ ସବୁ ବୁଲି ଦେଖିଥିଲେ ।
ମୁଖ୍ୟ ଅତିଥି ଶ୍ରୀ ଦିଶାରି ତାଙ୍କ ବ୍ୟକ୍ତବରେ ଏହି ମେଳା ଆୟୋଜନର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଆଧୁନିକ କୃଷି ପ୍ରଣାଳୀ ଆପଣେଇ ଜିଲ୍ଲାର ଚାଷୀମାନେ କିପରି ଅଧିକ ଲାଭବାନ ହୋଇପାରିବେ ତା ଉପରେ ଆଲୋକପାତ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମଲୟ କୁମାର ପରିଡା, କୃଷି ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ଅମିତାଭ ପଣ୍ଡା, ଡିନ କୃଷି ମହାବିଦ୍ୟାଳୟ ଶାନ୍ତନୁ କୁମାର ତ୍ରିପାଠୀ, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ବିଷ୍ଠୁ ପ୍ରସାଦ ସିଂ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଯନ୍ତ୍ରୀ କୃଷି କଳାହାଣ୍ଡି ପ୍ରକୃତି ବନ୍ଧୁ, ଅଧ୍ୟକ୍ଷ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଜୁନାଗଡ଼ ଡଃ. ଅଶୋକ ପଟ୍ଟନାୟକ, ଅଧ୍ୟକ୍ଷ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ର ସଚିଦାନନ୍ଦ ମହାକୁଡ଼, ଲିଡ୍ ଜିଲ୍ଲା ମ୍ୟାନେଜର ଧର୍ମରାଜ ସୁନାନୀ, ଅଧ୍ୟକ୍ଷ ଆତ୍ମା ଥୁଆମୂଳ ରାମପୁର ମାଣିକ୍ୟ ନାୟକ ଯୋଗଦେଇ ଏହି ମେଳା ମାଧ୍ୟମରେ ଚାଷୀମାନେ କିପରି ଅଧିକ ସଚେତନ ହୋଇ ଆଧୁନିକ କୃଷି ପ୍ରଣାଳୀ ଆପଣେଇ ଲାଭବାନ ହୋଇପାରିବେ ତା ଉପରେ ଗୁରୁତ୍ବ ଦେଇଥିଲେ । ଏହି କାର୍ଯ୍ୟାକ୍ରମରେ ଅଧ୍ୟାପିକା ସୁଶ୍ରୀ ଲିପ୍ସା ମହାରଣା ମଞ୍ଚ ପରିଚାଳନା କରିଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
