Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ପ୍ରଥମ ପର୍ଯ୍ୟାୟରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ଯୁବକମାନଙ୍କର ଭୂମିକା ଏବଂ ଦେଶ ପାଇଁ ନିଜର ଯୋଗଦାନ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ, ବିଶେଷ ଅତିଥି ଅତିରିକ୍ତ କଳାହାଣ୍ଡି ଜିଲ୍ଲା ମାଜିଷ୍ଟ୍ରେଟ୍ ତନ୍ମୟ କୁମାର ଦରର୍ୱାନ ପଞ୍ଚପ୍ରାଣ ଓ ବିକଶିତ ଭାରତ ରେ ଯୁବକ ଯୁବତୀମାନର ଭୂମିକା କିଭଳୀ ଭାବରେ ରହିବ ସେ ଉପରେ ଆଲୋକ ପାତ୍ କରିଥଲେ । ଅତିଥି ଭାବରେ ମା ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟାର ପିତାମ୍ବର ଭୋଇ, ଏବଂ ବକ୍ତା ଭାବରେ ମେଜର ଡ. ଜୟଦେବ ସାହୁ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ଯୁବ ଉତ୍ସବ ବିଷୟରେ ଅଭିଭାଷଣ ରଖିଥିଲେ।
ଏହି ଉତ୍ସବରେ ୭-ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ବିଜେତାମାନେ ରାଜ୍ୟସ୍ତର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ଓ ରାଜ୍ୟସ୍ତରର ବିଜେତାମାନେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜିଲ୍ଲା ଯୁବ ଅଧିକାରୀ ମେହେର ସମସ୍ତଙ୍କୁ ସୂଚନା ଦେଇଥିଲେ। ବିଭିନ୍ନ ବିଭାଗ ଯଥା ଦଳଗତ ବିଜ୍ଞାନ ମେଳା, ଏକକ ବିଜ୍ଞାନ ମେଳା, ଚିତ୍ରାଙ୍କନ ପ୍ରତିଯୋଗିତା, ମୋବାଇଲ୍ ଫଟୋଗ୍ରାଫି ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୩ ଶହରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୫ ଶହରୁ ଊର୍ଦ୍ଧ୍ବ ଯୁବକ ଯୁବତୀ ଏହି ଯୁବ ସମାବେଶରେ ଯୋଗ ଦେଇଥିଲେ। ଦ୍ଵିତୀୟ ଅଧିବେଶନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ସି.ଆର୍.ପି.ଏଫ୍ ୬୪ ବାଟାଲିୟନ କଳାହାଣ୍ଡି ଦୃତିୟ କମାଣ୍ଡେଣ୍ଟ ପି.କେ ମିଶ୍ର ଯୋଗଦେଇ ସାଂସ୍କୃତିକ ଦଳମାନଙ୍କୁ ଉତ୍ସାହିତ କରିଥିଲେ । ଏବଂ ଅତିଥି ଭାବରେ ଡେପୁଟି କମାଣ୍ଡେଣ୍ଟ ସଚିତା ନନ୍ଦ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଏବଂ ଓ. ଆଇ.ଏସ୍ ଡି.ପି. ଅର୍. ଓ ହଳଧର ନିଆଲ୍ ଉପସ୍ଥିତ ରହିଥିଲେ ।ଏବଂ କଳାହାଣ୍ଡିର ଯୁବ ସଫଳତା ପାଇଁ ଚସ୍ମିତ୍ କୋର, କୁମ୍କୁମ୍ ପ୍ରିୟଦର୍ଶିନୀ ସାହୁ, ମନୀଷ କୁମାର ସାହୁ ଏବଂ ଶମ୍ଭୁ ବିଶି ଙ୍କୁ ଅତିଥି ମାନଙ୍କ ଦ୍ବାରା ସମବେଦନା କରାଯାଇଥିଲା । ଶେଷରେ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଆର୍ଥିକ ପୁରସ୍କାର ସହ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ।
ଏବଂ ଏଥିରେ ସହଯୋଗ କରିଥିଲେ ମାଇ ଭାରତର ସ୍ୱେଚ୍ଛାସେବି ଚୂଳମଣୀ ମାଝୀ, ସାତ୍ବିକା ମାଝୀ, ନବୀନ ସାହୁ, ଅଭିଷେକ ବେହେରା, ସୁଶୀଲ ପଧାନ, ସାଗର ସାହୁ, ମିଳନ ଭୋଇ, ବିଳାସ ନାଏକ, ମମତା ପଧାନ, ଦୂର୍ମନ୍ୟ ଶବର, ଏବଂ ଗଜପତି ଚଲାନ ପରିଶେଷରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଲେଖାପାଳ ଦୂତିଆ ବନଛୋର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
