ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଳାକାର ପେନସନଭୋଗୀ ମହା ସମାବେଶ ଓ ସାଧାରଣ ସଭା ମହାବୀର ସାଂସ୍କୃତିକ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳର ପେନସେନ ପାଉଥିବା ୨୦୦୦ରୁ ଉର୍ଦ୍ଧ୍ବ କଳାକାରଙ୍କ ସମାବେଶ ହୋଇଥିଲା।
ମୁଖ୍ୟ ଅତିଥି ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା ଓ ଭବାନୀପାଟଣା ପୌରପାଳିକା ର ପୋୖରାଧକ୍ଷ ବିଷ୍ଣୁ ପ୍ରଧାନ,ସଙ୍ଘର ସଭାପତି ନାଟ୍ୟ ଭୂଷଣ ପ୍ରଦୀପ ଡି ମାଝୀଙ୍କ ନେତୃତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସଭାରେ ସରକାରଙ୍କୁ ବିଭିନ୍ନ ଦାବି ଜଣାଇବାକୁ ନିଷ୍ପତି ନିଆଯାଇ ।ପ୍ରଥମେ କଳାକାର ମାନଙ୍କୁ ମିଳୁଥିବା ଭତ୍ତା ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ, ବର୍ତ୍ତମାନ ପାଉଥିବା ଭତ୍ତା ୨୦୦୦ଟଙ୍କାକୁ ୬୦୦୦ଟଙ୍କାକୁ ବୃଦ୍ଧି, ସଙ୍ଘ ପାଇଁ ସଦର ମହକୁମାରେ ଜାଗାଟିଏ ଦେବାକୁ ଅନୁରୋଧ, କଳାକାରଙ୍କ ଦୃଘଟଣା ଜନିତ ବୀମା ଦେବାକୁ ଦାବି ପାଇଁ ନିଷ୍ପତ୍ତି ନିଆଗଲା ଆଗାମୀ ଦିନରେ ଜିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାପାଇଁ ନିଷ୍ପତ୍ତି ନିଆଗ ସମ୍ପାଦକ ତ୍ରିର୍ଥରାଜ ଦଳପତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଶ୍ରୀପତି ପଟ୍ଟନାୟକ, ଶୋଭାବନ ଭାଟି, ଫକୀର ନାୟକ, ସତ୍ୟନାରାୟଣ ମେହେର, ମହେଶ୍ୱର ସରାଫ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରSeptember 30, 2026ଦୁର୍ଗାପୂଜା ଓ ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା -୨୦୨୬ର ପ୍ରସ୍ତୁତି ବୈଠକ।
ଜିଲ୍ଲା ଖବରSeptember 30, 2026ଭବାନୀପାଟଣା ବସଷ୍ଟାଣ୍ଡରେ ଚିତାବାଘ କବୁକରିବା ମକ୍ ଡ୍ରିଲ୍
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ

