ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ବ୍ଳକ ମୂଷିଗୁଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ପଞ୍ଚମ ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକି ଉତ୍ସବ ରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଅବସରପ୍ରାପ୍ତ ବ୍ରଜମୋହନ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷତ୍ରି ସବିତା ପଟ୍ଟନାୟକ, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଷ୍ଠୀ ଝାଙ୍କର ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଇତିଶ୍ରୀ ସାହୁ ।
ଚଳିତ ବର୍ଷ ମଧ୍ୟରେ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ, ଦୃତିୟ, ତୃତୀୟ ସ୍ଥାନ ହାସିଲ କରିଥିବା ପ୍ରତିଯୋଗି ମାନଙ୍କୁ ପୁରସ୍କାର ଏବଂ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ମହୋତ୍ସବ ରେ ମୋନାଲିସା ସୁନା ଏବଂ ସୌଦାଗର ସୁନା ମଞ୍ଚ କୁ ପରିଚାଳନା କରଥିଲେ ।ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ମାନେ ମଞ୍ଚ ପରିଚାଳନା କରିଥିଲେ। ଏହି ମହୋତ୍ସବ ରେ ଅନେକ ଛାତ୍ର ଛାତ୍ରୀ ନିଜର ନୃତ୍ୟ ପରିବେଷଣ କରିବା ସହିତ ନାଟକ ମଧ୍ୟ ପରିବେଷଣ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଦୁଆରସୁନି ପଞ୍ଚାୟତ ସରପଞ୍ଚ କୈଳାଶ ଚନ୍ଦ୍ର ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ରେ ଉପସ୍ଥିତ ରହିଥିଲେ। ଏହି ମହୋତ୍ସବ ରେ ଆମ କଳାହାଣ୍ଡି ପ୍ରସିଦ୍ଧ ଘୁମୁରା ପରିବେଷଣ ହୋଇଥିଲା ତତ ସହିତ ବଜାଶାଳ ମଧ୍ୟ ପରିବେଷିତ କରାଯାଇଥିଲା।ଏହି ବାର୍ଷିକି ଉତ୍ସବ ରେ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

