Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ମୁଖ୍ୟ ଅତିଥି ସନ୍ତୋଷିନି ଜୈନ ଏବଂ ମୁଖ୍ୟ ବକ୍ତା କୂଳଭୂଷଣ କୁମାର ଜୈନ କାର୍ଯ୍ୟକ୍ରମ ରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟକ୍ଷା ରାଧା ନନ୍ଦିନୀ ପ୍ରଧାନ, ମୁଖ୍ୟ ଟ୍ରଷ୍ଟି ପ୍ରଭାତ ରଞ୍ଜନ ପଟ୍ଟନାୟକ, ନିର୍ଦ୍ଦେଶକ ରମେଶ ପ୍ରଧାନ, ବିଦ୍ୟାଳୟ ର ପ୍ରିନ୍ସିପାଲ୍ ଦେବେନ୍ଦ୍ର ସାହୁ ଏବଂ ଭାଇସ୍- ପ୍ରିନ୍ସିପାଲ୍ ମିନାକ୍ଷୀ ଦାସ ଯୋଗ ଦେଇଥିଲେ।
ଗଣତନ୍ତ୍ର ଦିବସ ଉପଲକ୍ଷେ ବିଦ୍ୟାଳୟ ରେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା, ସେଥି ମଧ୍ୟରୁ ଫ୍ୟାନ୍ସି ଡ୍ରେସ ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନେ ବିଭିନ୍ନ ରୂପରେ ଭାରତ ମାତା, ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ, ଭାରତୀୟ ସୈନିକ,ରାଣୀ ଲକ୍ଷ୍ମୀ ବାଇ ଙ୍କ ବେଶରେ ଆସି କାର୍ଯ୍ୟକ୍ରମ ର ସୌନ୍ଦର୍ଯ୍ୟ କୁ ଦ୍ଵିଗୁଣିତ କରିଥିଲେ। ସାଂସ୍କୃତିକ କାର୍ଯକ୍ରମ ପରେ ପରେ ଷଷ୍ଠ ରୁ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ମ.ରାମପୁର ସ୍ଥିତ କଲେଜ ଛକ ଠାରୁ ଚାରିଛକ ପର୍ଯ୍ୟନ୍ତ ୧୦୦ମିଟର ଲମ୍ବ ଜାତୀୟ ପତାକା ସହିତ ଏକ ଶୋଭାଯାତ୍ରା ର ଆୟୋଜନ ହୋଇଥିଲା । ୧୦୦ ମିଟର ଲମ୍ବ ଜାତୀୟ ପତାକା ସହ ଶୋଭାଯାତ୍ରା ଭଳି ଏକ ଅନନ୍ୟ କାର୍ଯ୍ୟକ୍ରମ କୁ ଆୟୋଜନ କରିବାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀ ଙ୍କ ମୁଖ୍ୟ ଯୋଗଦାନ ଥିଲା ।
Editor, News Gallery Mob: 9439506580 Email: newsgallery.in@gmail.com
