ନ୍ୟୁଜଗ୍ୟାଲେରି,ଭବାନୀପାଟଣା : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି କଳାହାଣ୍ଡି ଜିଲ୍ଲା ରୁ ୫ଟି ସ୍ୱତନ୍ତ୍ର ବସ ଯୋଗେ ୧୯୨ ଜଣ ବରିଷ୍ଠ ନାଗରିକ ରାୟଗଡା କୋଲକାତା କାମାକ୍ଷୀ ଅଭିମୁଖେ ଯାତ୍ରା କରିଛନ୍ତି । ରାୟଗଡାରେ ସମସ୍ତ ତୀର୍ଥଯାତ୍ରୀ ରାତ୍ରି ଯାପନ କରି ସ୍ଵତନ୍ତ୍ର ଟ୍ରେନ ଯୋଗେ କୋଲକାତା କାମାକ୍ଷୀ ଯାତ୍ରା କରି ଆସନ୍ତା ଫେବୃଆରୀ ୨୩ ତାରିଖରେ ଫେରିବେ ।
ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଯୋଗଦେଇ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ରୁ ପତାକା ଦେଖାଇ ଏହି ତୀର୍ଥ ଯାତ୍ରାର ଶୁଭାରମ୍ଭ କରିଥିଲେ । ସମସ୍ତ ତୀର୍ଥଯାତ୍ରୀ ଏପଟେ ସେପଟେ ନ ହୋଇ ସାଙ୍ଗରେ ରହି ନିଜର ସୁବିଧା ଅସୁବିଧା ସାଙ୍ଗରେ ଯାଇଥିବା ଏସ୍କର୍ଟ ଅଧିକାରୀଙ୍କୁ ଜଣାଇ କିପରି ସୁରକ୍ଷିତ ଭାବରେ ତୀର୍ଥଯାତ୍ରା ଭ୍ରମଣ ସାରି ନିଜ ନିଜ ଘରକୁ ଫେରିବେ ସେ ସମ୍ପର୍କରେ ଜିଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାର ୧୯୨ ଜଣ ବରିଷ୍ଠ ତୀର୍ଥ ଯାତ୍ରୀ ଭଲରେ ତୀର୍ଥ ଯାତ୍ରା ସାରି କେମିତି ଭଲରେ ଫେରିଆସିବେ ସେଥି ପାଇଁ ଜିଲ୍ଲାପାଳ ସମସ୍ତ ଙ୍କର ଶୁଭ କାମନା କରିଥିଲେ । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ଯାତ୍ରୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ତାଙ୍କୁ ଭଲରେ ନେଇ ଆଣିବା ପାଇଁ ୬ ଜଣ ଏସ୍କର୍ଟ ଅଧିକାରୀଙ୍କୁ ସାଙ୍ଗରେ ପଠାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ବନ୍ଦୋବସ୍ତ କଳାହାଣ୍ଡି, ଅଗସ୍ଥି ପ୍ରଧାନ, ଡେପୁଟି କଲେକ୍ଟର ବନମାଳୀ ମେହେର, ସହ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆ,ଡେପୁଟି ସି ଓ, ଓ ର ମାସ, ଜର୍ଜ୍ କେରକେଟା, ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

