ନ୍ୟୁଜଗ୍ୟାଲେରି,ଭବାନୀପାଟଣା : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି କଳାହାଣ୍ଡି ଜିଲ୍ଲା ରୁ ୫ଟି ସ୍ୱତନ୍ତ୍ର ବସ ଯୋଗେ ୧୯୨ ଜଣ ବରିଷ୍ଠ ନାଗରିକ ରାୟଗଡା କୋଲକାତା କାମାକ୍ଷୀ ଅଭିମୁଖେ ଯାତ୍ରା କରିଛନ୍ତି । ରାୟଗଡାରେ ସମସ୍ତ ତୀର୍ଥଯାତ୍ରୀ ରାତ୍ରି ଯାପନ କରି ସ୍ଵତନ୍ତ୍ର ଟ୍ରେନ ଯୋଗେ କୋଲକାତା କାମାକ୍ଷୀ ଯାତ୍ରା କରି ଆସନ୍ତା ଫେବୃଆରୀ ୨୩ ତାରିଖରେ ଫେରିବେ ।
ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଯୋଗଦେଇ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ରୁ ପତାକା ଦେଖାଇ ଏହି ତୀର୍ଥ ଯାତ୍ରାର ଶୁଭାରମ୍ଭ କରିଥିଲେ । ସମସ୍ତ ତୀର୍ଥଯାତ୍ରୀ ଏପଟେ ସେପଟେ ନ ହୋଇ ସାଙ୍ଗରେ ରହି ନିଜର ସୁବିଧା ଅସୁବିଧା ସାଙ୍ଗରେ ଯାଇଥିବା ଏସ୍କର୍ଟ ଅଧିକାରୀଙ୍କୁ ଜଣାଇ କିପରି ସୁରକ୍ଷିତ ଭାବରେ ତୀର୍ଥଯାତ୍ରା ଭ୍ରମଣ ସାରି ନିଜ ନିଜ ଘରକୁ ଫେରିବେ ସେ ସମ୍ପର୍କରେ ଜିଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାର ୧୯୨ ଜଣ ବରିଷ୍ଠ ତୀର୍ଥ ଯାତ୍ରୀ ଭଲରେ ତୀର୍ଥ ଯାତ୍ରା ସାରି କେମିତି ଭଲରେ ଫେରିଆସିବେ ସେଥି ପାଇଁ ଜିଲ୍ଲାପାଳ ସମସ୍ତ ଙ୍କର ଶୁଭ କାମନା କରିଥିଲେ । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ଯାତ୍ରୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ତାଙ୍କୁ ଭଲରେ ନେଇ ଆଣିବା ପାଇଁ ୬ ଜଣ ଏସ୍କର୍ଟ ଅଧିକାରୀଙ୍କୁ ସାଙ୍ଗରେ ପଠାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ବନ୍ଦୋବସ୍ତ କଳାହାଣ୍ଡି, ଅଗସ୍ଥି ପ୍ରଧାନ, ଡେପୁଟି କଲେକ୍ଟର ବନମାଳୀ ମେହେର, ସହ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆ,ଡେପୁଟି ସି ଓ, ଓ ର ମାସ, ଜର୍ଜ୍ କେରକେଟା, ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

