କଳାହାଣ୍ଡି ଜିଲ୍ଲା ଭେଟେରାନ ଫୁଟବଲ ଆସୋସିଏସନ ର ବନ୍ଧୁମିଳନ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଚକ୍ରଧର ନଗର ସ୍ଥିତ ଶାସ୍ତ୍ରୀଜୀ ଶିକ୍ଷା ନିକେତନ ପରିସରରେ କଳାହାଣ୍ଡି ଜିଲ୍ଲା ଭେଟେରାନ ଫୁଟବଲ ଆସୋସିଏଶନ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁ ସାହିତ୍ୟକ ଜୟନ୍ତ କୁମାର ବେହେରାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମ ରେ ବୈଦ୍ୟନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଭେଟେରାନ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଳାହାଣ୍ଡି ଭେଟେରାନ ଫୁଟବଲ ଖେଳାଳିଙ୍କ ଆବାହକ ତଥା ସାଙ୍ଗଠନିକ ମୁଖ୍ଯ କିଶୋର ସାହୁ,ଦୁର୍ଗା ଚରଣ ମିଶ୍ର,ତ୍ରିବେଣୀ ଭୂଷଣ ମିଶ୍ର,ଜଗନ୍ନାଥ ମୁଣ୍ଡ,ସାହାନଜ ମହମ୍ମଦ,କିଶୋରୀ କାନ୍ତ ସାହାଣୀ,ସୁଦର୍ଶନ ପ୍ରଧାନ,ଧବଳେଶ୍ଵର ପଣ୍ଡା ଓ ଓକିଲ ଖାଁ ପ୍ରମୂଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts