ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଚକ୍ରଧର ନଗର ସ୍ଥିତ ଶାସ୍ତ୍ରୀଜୀ ଶିକ୍ଷା ନିକେତନ ପରିସରରେ କଳାହାଣ୍ଡି ଜିଲ୍ଲା ଭେଟେରାନ ଫୁଟବଲ ଆସୋସିଏଶନ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁ ସାହିତ୍ୟକ ଜୟନ୍ତ କୁମାର ବେହେରାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମ ରେ ବୈଦ୍ୟନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଭେଟେରାନ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଳାହାଣ୍ଡି ଭେଟେରାନ ଫୁଟବଲ ଖେଳାଳିଙ୍କ ଆବାହକ ତଥା ସାଙ୍ଗଠନିକ ମୁଖ୍ଯ କିଶୋର ସାହୁ,ଦୁର୍ଗା ଚରଣ ମିଶ୍ର,ତ୍ରିବେଣୀ ଭୂଷଣ ମିଶ୍ର,ଜଗନ୍ନାଥ ମୁଣ୍ଡ,ସାହାନଜ ମହମ୍ମଦ,କିଶୋରୀ କାନ୍ତ ସାହାଣୀ,ସୁଦର୍ଶନ ପ୍ରଧାନ,ଧବଳେଶ୍ଵର ପଣ୍ଡା ଓ ଓକିଲ ଖାଁ ପ୍ରମୂଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

