ନ୍ୟୁଜଗ୍ୟାଲେରି,ଭବାନୀପାଟନା: କଳାହାଣ୍ଡିର କଳା, ସଂସ୍କୃତି, ଐତିହ, ପରମ୍ପରାର ର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଆସନ୍ତା ଜାନୁଆରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଭବାନୀପାଟଣା ଓ ୧୫ରୁ ୧୭ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ମହାସମାରୋହରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ , ଜିଲ୍ଲା ସଂସ୍କୃତି ପରିଷଦ, ଉତ୍ସବ ପାଳନ ସବ କମିଟିର ଆବଶ୍ୟକ ପୂର୍ବ ପ୍ରସ୍ତୁତି ଜାରୀରହିଛି ।
ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ (ସା) ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ପ୍ରସାର ପ୍ରଚାର କମିଟିର ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଗାମୀ କଳାହାଣ୍ଡି ଉତ୍ସବ ୨୦୨୫ କୁ ଅଧିକ ଆକର୍ଷଣୀୟ ଓ ସରସ ସୁନ୍ଦର ଭାବରେ ସମସ୍ତଙ୍କ ସହଯୋଗରେ କିପରି ବ୍ୟାପକ ପ୍ରସାର ପ୍ରଚାର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଅତିରିକ୍ତ ଜିଲାପାଳ ଶ୍ରୀ ଦରୱାନ ଲୋକ ମହୋତ୍ସବ କଳାହାଣ୍ଡି ଉତ୍ସବ ଆୟୋଜନ ରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରସାର ପ୍ରଚାର ନିମନ୍ତେ ବ୍ଲକସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆବଶ୍ୟକ ପୋଷ୍ଟର , ବେନର, କଟ ଆଉଟ, ଗେଟ ଲଗାଯାଇ କିପରି ଜନସାଧାରଣଙ୍କୁ ଉତ୍ସବ ସମ୍ପର୍କିତ ବାର୍ତ୍ତା ,ସୂଚନା ଦିଆଯାଇପାରିବ ଓ ଏଥିରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ବେସରକାରୀ ଅନୁଷ୍ଠାନ କିପରି ପୂର୍ଣ୍ଣ ସହଯୋଗ ରହିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର,କମିଟି ର ଅଧ୍ୟକ୍ଷ ଶାନ୍ତନୁ ବେହେରା, ହରଜିନ୍ଦର ସିଂ, ସ୍ଵାଧୀନ ପାତ୍ର, ମନମୋହନ ପ୍ରଧାନ, ନାରାୟଣ ପ୍ରସାଦ ନାଏକ, ବିକାଶ ଷଡଙ୍ଗୀ, ରାଜ କୁମାର ସିଂଦେଓ ଙ୍କ ସମେତ କମିଟି ର ଅନ୍ୟ ସଦସ୍ୟ ପ୍ରମୁଖ ଯୋଗଦେଇ ଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

