ପଟ୍ଟା ଓ ବାସଗୃହ ଦବିନେଇ କଳାହାଣ୍ଡି ଜିଲ୍ଲା ଜନମ ମାଟି ସୁରକ୍ଷା କମିଟି ର ଜିଲ୍ଲାପାଳ ଙ୍କୁ ଦାବିପତ୍ର

0 minutes, 0 seconds Read

କଳାହାଣ୍ଡି:ଭବାନୀପାଟଣା,କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଙ୍କୁ ଜିଲ୍ଲାପାଳ କାର୍ଯ୍ୟଳୟ ଠାରେ ଜନମ ମାଟି ସୁରକ୍ଷା କମିଟି ସଦସ୍ୟ ମାନେ ସାକ୍ଷାତ କରିଦାବି ପତ୍ର ପ୍ରଦାନ କରିଛନ୍ତି। ଭବାନୀପାଟଣା ସହର ରେ ବସବାସ କରୁଥିବା ସରକାରୀ ଜମି ପଟ୍ଟା ଓ ଆବାସ ଗୃହ ପ୍ରଦାନ କରିବା କୁନେଇ ଏବଂ ଯଥା ଶୀଘ୍ର ସରକାର ଙ୍କ ଦ୍ୱାରା ତ୍ୱରାନ୍ୱିତ କରିବା ପାଇଁ ଓ ସମସ୍ତ ଦରଖାସ୍ତ କୁ ମୁଖ୍ୟମନ୍ତ୍ରୀ ପାଖକୁ ପଠେଇ ଉକ୍ତ ବସ୍ତି ବାସିନ୍ଦା ଙ୍କୁ ଉଷା ସର୍ବେ ରେ ସାମିଲ କରିବା ସହ ବିଭିନ୍ନ ସମସ୍ୟା ଗୁଡ଼ିକୁ ଗୁରୁତ୍ୱର ସହ ନେବା ପାଇଁ ଜନମ ମାଟି ସୁରକ୍ଷା କମିଟି ଜିଲ୍ଲାପାଳ ଙ୍କୁ ଯଣାଇଥିଲେ । ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ମଧ୍ୟ୍ୟ ଏହା କୁ ଗୁରୁତ୍ୱର ସହ ନେଇ ଉପରିସ୍ଥ ବିଭାଗ, ସରକାର ଙ୍କ ସହ ଆଲୋଚନା କରିବେବୋଲି ଅଶୋସେସନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଜୟ କୁମାର ସାହୁ,ତ୍ରିଲୋଚନ ପାଣିଗ୍ରାହୀ,ବଦ୍ରୀ ପଟ୍ଟନାୟକ, ସାମନ୍ତ ଖମରି, ସରୋଜ ବାଗ, ଗିରିଧାରୀ ପତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts